Pratidin TV

Odisha's Digital News Platform

ଟ୍ରୋଲ ହେଲେ ଏହି ୨ ପାକିସ୍ତାନି ହିରୋଇନ , ଆୱାର୍ଡ ଶୋ କୁ ଆସି ଦେଲେ ସଫେଇ

1 min read

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ପାକିସ୍ତାନୀ କଳାକାର ମାନଙ୍କୁ ନେଇ ଚହଳ ସୃଷ୍ଟି ହୋଇଛି । ସେମାନଙ୍କର ଦମଦାର ହାଇ ଡ୍ରାମା ସହ , ପାକିସ୍ତାନୀ ସିରିଏଲ ଗୁଡିକର କାହାଣୀ ଲୋକମାନଙ୍କ ହୃଦୟକୁ ଖୁବ୍ ଛୁଇଛି । ବେଶି କରି ବର୍ତ୍ତମାନର ଯୁବ ପିଢି ପାକିସ୍ତାନୀ ତାରକା ଏବଂ ତାଙ୍କ ସିରିଏଲକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଯାହା ଦ୍ୱାରା ଅନେକ ଦେଶରେ ସେମାନଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ବଢୁଥିବା ଲୋକପ୍ରିୟତା ହେତୁ ଏମାନଙ୍କର ଫ୍ୟାନ୍ସ ଫଲୋର୍ସ ମଧ୍ୟ ଅଧିକ ହେଉଛନ୍ତି ।ଏପରି ପରିସ୍ଥିତିରେ ଲୋକମାନେ ଏହି କଳାକାର ମାନଙ୍କର ଟିକି ନିଖି ଖବର ରଖିଥାନ୍ତି ।

haniya amir
mahira khan

ତେବେ ପାକିସ୍ତାନରେ ଆସିଥିବ ବନ୍ୟା କଥା ଏବେ ଦେଶ ବ୍ୟାପି ଚର୍ଚ୍ଚା ପାଲଟିଛି । ଅନ୍ୟ ଦେଶର ବଡ ବଡ ଲୋକମାନେ ପାକିସ୍ତାନକୁ ଏଭଳି ପରିସ୍ତିତିରେ ସହାନଭୂତି ଦେଖାଇବା ସହ ସାହାର୍ଯ୍ୟର ହାତ ବଢାଇଛନ୍ତି । ଗୋଟେ ପଟେ ପାକିସ୍ତାନର ଏଭଳି ପରିସ୍ଥିତି ଥିବାବେଳେ ଲୋକେ ପାଣି ଘେରରୁ ଏଯାଏଁ ବାହାରି ପାରୁନାହାନ୍ତି । ଦିନକୁ ମୁଠାଏ ଖାଇବା ବି ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।ଏହା ସହ ବର୍ତ୍ତମାନ ସୁର୍ଦ୍ଧା ୧୫୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ସୂଚନା ମଧ୍ୟ ମିଳିଛି ।ଠିକ୍ ଏଭଳି ସମୟରେ ପାକିସ୍ତାନୀ କଳାକାର ମାନେ ଏଭଳି କିଛି କରିଛନ୍ତି ଯାହା ଦ୍ୱାରା ଫ୍ୟାନ୍ସ ମାନେ ନିଜ ନିଜର ପସନ୍ଦିୟ ନାୟକ ,ନାୟିକା ମାନଙ୍କୁ ବାଧ୍ୟ ହୋଇ ଟ୍ରୋଲ କରିଛନ୍ତି ।

Advertisement

ଗୋଟେ ପଟେ ପାକିସ୍ତାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ , ଅନ୍ୟପଟେ ପାକିସ୍ତାନର ଏକ ମନୋରଞ୍ଜନ ଚ୍ୟାନେଲ ‘ହମ୍‌’ ଏକ ଆୱାର୍ଡ ଶୋର ଆୟୋଜନ କରିଥିଲା । ଯେଉଁଥିରେ ଅନେକ ସିରିଏଲ କଳାକାର ମାନେ ଯୋଗ ଦେଇଥିଲେ । ହମ ଟିଭି ଏହି ଆୱାର୍ଡଶୋ କୁ ଲୋକମାନଙ୍କ ଠାରୁ ଲୁଚାଇବାକୁ ଚାହୁଁଥିବା ବେଳେ , ୨ ଜଣ ହିରୋଇନ୍ ହାନିୟା ଅମିର ଏବଂ ମହିରା ଖାନ୍ ନିଜ ଆଉଟ୍‌ଫିଟ୍ ସହ ଷ୍ଟେଜ୍‌ର ଫଟୋ ମଧ୍ୟ ସେୟାର କରିଥିଲେ । ଏହି ୨ ନାୟିକା ପାକିସ୍ତାନ ସହ ଅନେକ ଦେଶରେ ନିଜର ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି । କିନ୍ତୁ ସେପ୍ଟେମ୍ବର ୨୨ ରେ ଏମାନେ ଦୁହେଁ ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଯାହାକୁ ଦେଖିଲା ପରେ ପ୍ରଶଂସକ ମାନେ ରାଗରେ ସେମାନଙ୍କୁ ଟ୍ରୋଲକରିବା ସହ କମେଣ୍ଟ ବକ୍ସ ରେ ମଧ୍ୟ ଅନେକ କଥା ଶୁଣାଇଥିଲେ ।


ଏହି ତାରକା ଦୁହିଁଙ୍କ ସହ ‘ହମ’ ଟିଭି ଏଭଳି ଟ୍ରୋଲ ହେବାପରେ ଚ୍ୟାନେଲଟି ଲୋକମାଙ୍କୁ ନିଜ ସଫେଇ ଦେଇ କହିଛି ଯେ ୨୨ ସେପ୍ଟେମ୍ବରେ ଆମ ଚ୍ୟାନେଲ ଏକ ଗାଲା ରାଉଣ୍ଡ କରିଥିଲା । ଏହା ସେପ୍ଟେମ୍ବର ୨୪ ରେ କାନାଡାର ଟେରୋଣ୍ଟ ଠାରେ ଏହି ଆୱାର୍ଡ କୁ ଆୟୋଜିତ କରାଯିବ । ଆମେ ଆମର ମନୋରଞ୍ଜନ ପାଇଁ ଏହାକୁ କରିନାହୁଁ ବରଂ ବନ୍ୟାରେ ପିଡିତା ଲୋକମାନଙ୍କୁ ଏହି ଆୱାର୍ଡ ଶୋ ର ଟିକେଟ ପଇସା ରେ ସାହାର୍ଯ୍ୟ କରିବାର ଏକ ଯୋଜନା କରିଥିଲୁ । ଯାହାକୁ ଆମେ ୨୪ ତାରିଖ ଦିନ ପୂର୍ଣ୍ଣ କରିବୁ । ୨୪ ତାରିଖ ଦିନ ଆୱାର୍ଡ ରେ ଆମ ଡିଜାଇନର ମାନଙ୍କ ଅନେକ ଡ୍ରେସ ବିକ୍ରି କରାଯିବ , ଏହାସହ କ୍ରିକେଟର ମାନଙ୍କ ଅଟୋଗ୍ରାଫ୍ ସହ ବ୍ୟାଟ୍ ଗୁଡିକ ମଧ୍ୟ ନିଲାମ କରାଯିବ । ଏହାପରେ ଡୁରାଡେ ଫାଉଁଡେସନ୍ ଏବଂ ଆଇଡିଆର୍‌ଏଫ୍ ସହ ମିସି ସବୁ ରାଶିକୁ ଏକତ୍ର କରି ବନ୍ୟାର ନିବାରଣ ସହ ବନ୍ୟା ପିଡିତା ମାନଙ୍କ କାମରେ ନିବେଶ କରାଯିବ ।

Leave a Reply

Your email address will not be published. Required fields are marked *