ସାରା ବିଶ୍ୱ ଆଗରେ ଲଜ୍ଜ୍ୟାରେ ମୁଣ୍ଡ ନୁଆଁଇଲା ପାକିସ୍ତାନ , ବିଦେଶ ଖେଳିବାକୁ ଯାଇ ଟଙ୍କା ଚୋରିକଲେ ପାକିସ୍ତାନ ଖେଳାଳି …
1 min readଏବେ ଆର୍ଥନୀତିକ ସଂକଟରେ ଜୁଝୁଛି ପକିସ୍ତାନ । କରଜରେ ବୁଡି ରହିଛି ପାକିସ୍ତାନ । ଏପରିକି ଲୋକ ଖାଇବାକୁ ପାଉନାହାନ୍ତି । ଏହି ପରିସ୍ଥିତିକୁ ସାମ୍ନା କରିବାକୁ ଲୋକେ ଚୋରି କରିବାକୁ ପଛାଉ ନାହାଁନ୍ତି । ଏହି ସବୁ ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିପାଇଁ ସାରା ବିଶ୍ୱ ଆଗରେ ଲଜ୍ଜ୍ୟାରେ ମୁଣ୍ଡ ନୁଆଁଇଛି ପାକିସ୍ତାନ । ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜ୍ୟାକର ଘଟଣା ଘଟିଛି ।
ସୂଚନାଯୋଗ୍ୟ, ବକ୍ସର ଜୋହେବ ରାସିଦ ୫ଜଣ ସଦସ୍ୟ ଥିବା ପାକିସ୍ତାନ ଟିମ ସହିତ ଇଟାଲିର ଅଲମ୍ପିକ କ୍ୱାଲିଫିକେସନ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ । ଏହି ସମୟରେ ଜୋହେବ ମହିଳା ସାଥୀ ଖେଳାଳି ଲୌରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ । ଏହାପରେ ଟିମକୁ ଛାଡ଼ି ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଏହି ଚୋରି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ବକ୍ସିଂ ଫେଡରେସନର ଜଣେ ଅଧିକାରୀ ଇଟାଲିରେ ପାକିସ୍ତାନ ଦୂତାବାସଙ୍କୁ ସୂଚନା ଦେଇଛନ୍ତି । ପୁଲିସରେ ଏନେଇ ଏକ ମାମଲା ମଧ୍ୟ ରୁଜୁ କରିଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଭିଯୁକ୍ତ ଖେଳାଳିଙ୍କ କୌଣସି ସୂଚନା ମିଳି ପାରି ନାହିଁ । ପୁଲିସ ଜୋହେବ ରାସିଦକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।