ହାଇଦ୍ରାବାଦୀ ବିରିୟାନୀର ଦିୱାନା ହେଲେ ଶାଦବ ଖାନ୍, ସାମ୍ବାଦିକ ସମ୍ମିଳନୀରେ ଦେଲେ ଏଭଳି ମନ୍ତବ୍ୟ..
1 min readମୁମ୍ବାଇ: ଅକ୍ଟୋବର ୫ରେ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ ୨୦୨୩ । ଏବଂ ଏଥିପାଇଁ ସମସ୍ତ ଖେଳାଳି ଭାରତ ପହଞ୍ଚି ସାରିଲେଣି ଏଥିସହ ୱର୍ମଅପ ମ୍ୟାଚ ମଧ୍ୟ ଆରମ୍ଭ କରି ସାରିଲେଣି । ତେବେ ଆଉ ହାତରେ ଗୋଟିଏ ଦିନ ବାକି ଥିବା ବେଳେ ପାକିସ୍ତାନ ଖେଳାଳୀଙ୍କୁ ନେଇ କିଛି ନା କିଛି ଖବର ଏବେ ସାମ୍ନାକୁ ଆସୁଛି । ଆଜ୍ଞା ହଁ ବିଶ୍ୱକପ ଖେଳିବାକୁ ସାତ ବର୍ଷ ପରେ ଭାରତ ଆସିଛି ପାକିସ୍ତାନୀ ଟମ୍ । ବାବାର ଆଜମଙ୍କ ଟିମ ଯେତେବେଳେ ଭାରତ ଆସି ପହଞ୍ଚିଥିଲା ସେତେବେଳେ ସେମାନଙ୍କୁ ହାଇଦ୍ରାବାଦ ବନ୍ଦରରେ ଜବରଦସ୍ତ ସ୍ୱାଗତ କରାଯାଇଥିଲା । ଆଉ ଏବେ ହାଇଦ୍ରାବାଦରେ ପାକିସ୍ତାନୀ ଦଳ ରହୁଥିବା ବେଳେ ଭାରତ ଆସି ଏଠାରେ ଆତିଥ୍ୟ ନେଇ ସେମାନେ ବେଶ ଖୁସି ଅଛନ୍ତି । ହାଇଦ୍ରାବାଦରେ ବାବର ସେନାକୁ ବହୁତ ଭଲ ପାଇବା ମିଳୁଛି । ବିମାନବନ୍ଦର ଏବଂ ହୋଟେଲ ବାହାରେ ଗ୍ରାଣ୍ଡ ସ୍ୱାଗତ କେବଳ ଖେଳାଳିଙ୍କୁ ଖୁସି କରି ନଥିଲା, ଭାରତୀୟ ଖାଦ୍ୟ ମଧ୍ୟ ପାକିସ୍ତାନୀ ଦଳର ହୃଦୟ ଜିତିଛି ।
ସୋସିଆଲ ମିଡିଆରେ ‘ନବାବ ସହର’ରେ ଦିଆଯାଉଥିବା ଆତିଥ୍ୟକୁ ଖେଳାଳିମାନେ ପ୍ରଶଂସା କରୁଛନ୍ତି । ଏହି ସଂପର୍କରେ ପାକିସ୍ତାନୀ ଦଳର ଉପ-ଅଧିନାୟକ ତଥା ଅଲରାଉଣ୍ଡର ଶାଦବ ଖାନ ଏକ ଆକର୍ଷଣୀୟ ବକ୍ତବ୍ୟ ଦେଇଛନ୍ତି । ପାକିସ୍ତାନୀ ଦଳର ପ୍ରଥମ ଗଣମାଧ୍ୟମ ସମ୍ମିଳନୀରେ ଶାଦବ ଖାନ ସାମ୍ବାଦିକମାନଙ୍କୁ କହିଛନ୍ତି,ଯେ ‘ବିମାନବନ୍ଦରରେ ସ୍ୱାଗତଯୋଗ୍ୟ ଥିଲା ଏବଂ ଟିମ୍ ହୋଟେଲକୁ ମଧ୍ୟ ଅନେକ ଲୋକ ଆସିଥିଲେ । ଆମେ ଏଠାରେ ଉତ୍କୃଷ୍ଟ ସେବା ପ୍ରାପ୍ତ କରୁଛୁ । ଖାଦ୍ୟ ସ୍ୱାଦିଷ୍ଟ ଏବଂ ଆମର ସହାୟକ କର୍ମଚାରୀ ଚିନ୍ତିତ ଯେ ଆମେ ମୋଟା ହୋଇଯିବା । ଆମେ ଆଶା କରୁଛୁ ଅହମ୍ମଦାବାଦରେ ମଧ୍ୟ ଆମେ ସମାନ ପ୍ରେମ ପାଇବୁ, ଯେଉଁଠାରେ ଆମେ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିବୁ । ହାଇଦ୍ରାବାଦ ଖାଦ୍ୟର ସ୍ୱାଦକୁ ସମସ୍ତେ ପସନ୍ଦ କରନ୍ତି ଏବଂ ଶାଦବ ମଧ୍ୟ ଅନ୍ୟମାନଙ୍କ ଠାରୁ ଭିନ୍ନ ନୁହନ୍ତି ।