Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପାକିସ୍ତାନୀ କ୍ରିକେଟର ; କହିଲେ ଖେଳିବାକୁ ଅନୁମତି ଦିଅନ୍ତୁ ,ଆମେ ବନ୍ଧୁତା କରିବାକୁ ଚାହୁଁଁଛୁ ..

1 min read

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର । କହିଲେ, କ୍ରିକେଟ ଖେଳିବାକୁ ଅନୁମତି ଦିଅନ୍ତୁ । ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ । ଏହି ଟୁର୍ନାମେଂଟ ପାକିସ୍ତାନ ଦ୍ୱାରା ଆୟୋଜିତ ହେଉଛି, କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆର ସେକ୍ରେଟେରୀ ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି ।

ବିସିସିଆଇର ଏହି ମନୋଭାବ ପରେ ଏସିଆ କପ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ । ତେବେ ପିସିବି ନିଜେ ପାକିସ୍ତାନରେ ଏସିଆ କପ ଆୟୋଜନ କରିବାକୁ ଜିଦ ଧରିଛି । ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶହିଦ ଆଫ୍ରିଦି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଆଫ୍ରିଦି କହିଛନ୍ତି, ‘ଆମେ ଯାହା ସହିତ ବନ୍ଧୁତା କରିବାକୁ ଚାହୁଁଛୁ ସେ ଯଦି ଆମ ସହିତ କଥାବାର୍ତା କରିବେ ନାହିଁ, ତେବେ ଆମେ ଏହା ବିଷୟରେ କ’ଣ କରିପାରିବା’ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିସିସିଆଇ ଏକ ଶକ୍ତିଶାଳୀ ବୋର୍ଡ । ଶକ୍ତିଶାଳୀ ଭାବେ ତୁମର ଅଧିକ ଦାୟିତ୍ୱ ମଧ୍ୟ ଅଛି । ଅଧିକ ଶତ୍ରୁତା କରିବାକୁ ଚେଷ୍ଟା କରିବା ଅପେକ୍ଷା ବନ୍ଧୁତା ସୃଷ୍ଟି କରିବା ଆବଶ୍ୟକ ।

Advertisement

ପାକିସ୍ତାନରେ ୨୦୦୫ ସିରିଜକୁ ମନେପକାଇ ଆଫ୍ରିଦି କହିଛନ୍ତି, ଭାରତ ପାକିସ୍ତାନ ଗସ୍ତରେ ଆସିଥିବାବେଳେ ବଡ଼ ଗଣମାଧ୍ୟମର ଲୋକମାନେ ଆସିଥିଲେ । ଭଜି, ୟୁଭି ଏବଂ ଅନ୍ୟ ଖେଳାଳିମାନେ ବାହାରକୁ ଯାଇ କିଛି କିଣୁଥିଲେ । ସେମାନେ ରେଷ୍ଟୁରାଂଟକୁ ଯାଉଥିଲେ, କେହି ତାଙ୍କଠାରୁ ଟଙ୍କାଟିଏ ନେଉ ନ ଥିଲେ । ଏହା ହେଉଛି ଉଭୟ ଦେଶର ସୌନ୍ଦର୍ଯ୍ୟ । ନିକଟରେ ଅନେକ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଖେଲିବାକୁ ଆସୁଛନ୍ତି । ଆମେ ମଧ୍ୟ ଭାରତରେ ସୁରକ୍ଷା ବିପଦର ସମ୍ମୁଖୀନ ହେଉଥିଲୁ । କିନ୍ତୁ ଯଦି ଉଭୟ ଦେଶର ସରକାରଙ୍କଠାରୁ ଅନୁମତି ମିଳେ ତେବେ ଏହି ଗସ୍ତ ହେବ ।

Leave a Reply

Your email address will not be published. Required fields are marked *