Pratidin TV

Odisha's Digital News Platform

(ଭିଡିଓ) ୱାଙ୍ଖଡେରେ ଚାଲିଛି ଭାରତ-ଶ୍ରୀଲଙ୍କା ମ୍ୟାଚ, ସେପଟେ ଭାରତ ପାଇଁ ପ୍ରାର୍ଥନା କରୁଛି ପୂରା ପାକିସ୍ତାନ !

1 min read

ଦିନିକିଆ ପୁରୁଷ ବିଶ୍ୱକପ ୨୦୨୩ର ଆଜି ଚାଲିଛି ୩୩ତମ ମ୍ୟାଚ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇ ସାରିଛି ଶ୍ରୀଲଙ୍କା । ତେବେ ବର୍ତ୍ତମାନ ଭାରତ ବ୍ୟାଟିଂ କରୁଥିବା ବେଳେ ଅଧିନାୟକ ରୋହିତ ଶର୍ମା ଆଉଟ ହୋଇ ସାରିଲେଣି । ମୈଦାନରେ ଯାଦୁ ଦେଖାଉଛନ୍ତି ବିରାଟ ଏବଂ ଗିଲ । ଆଜିର ବାଜି କିଏ ମାରିବ ତାହା ସମୟ କହିବେ । ହେଲେ ଆଜି ଭାରତ ଜିତିବା ନେଇ ପ୍ରାର୍ଥନା କରୁଛି ପାକିସ୍ତାନ । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗି ଥିବ ନିଶ୍ଚୟ । କାରଣ ଭାରତର ଶତୃ ଦେଶ ହେଉଛି ପାକିସ୍ତାନ । ଆଉ ବିଶ୍ୱକପରେ ପାକିସ୍ତାନ ମଧ୍ୟ ଖେଳୁଛି ।

୭ଟି ଟିମକୁ ନେଇ ଚାଲିଛି ବିଶ୍ୱକପ । ଭାରତ ଏବଂ ସାଉଥ ଆଫ୍ରିକା ୧୨ପଏଣ୍ଟ ହାସଲ କରି ସେମାି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିବା ବେଳେ ବାକି ଦଳ ଏବେ ବି ପଛଝରେ ରହିଛନ୍ତି । ତେବେ ଆଜି ଯଦି ଭାରତ ବିଜୟ ହୁଏ ତେବେ ଏହାର ଫାଇଦା ଭାରତ ସହ ପାକିସ୍ତନାକୁ ମଧ୍ୟ ହେବ । କାରଣ ପୂର୍ବରୁ ବିଶ୍ୱକପ ରେସରୁ ବାଂଲାଦେଶ ଆଉଟ ହୋଇ ସାରିଛଇ । ଆଉ ପାକିସ୍ତାନ ଧୀରେ ଧୀରେ ନିଜ ପାଇଁ ସ୍ଥାନ କୁ ମଜବୁତ କରୁଛି । କିନ୍ତୁ ସେ ସେମିଫାଇନାଲକୁ ଯିବାର ସମ୍ଭାବନା କମ ରହିଛି । ଆଉ ଆଜି ଯଦି ଭାରତ ବାଜି ମାରୁଛି ତାହା ହେଲେ ଶ୍ରୀଲଙ୍କା ଆଜି ବିଦାୟ ନେଇଯିବ ଯାହା ପାକିସ୍ତାନ ପାଇଁ ଲାଭ ଦାୟକ ହେବ । ଏଥିପାଇଁ ଭାରତର ବିଜୟ ପାଇଁ ପାକିସ୍ତାନ ଟିମ ପ୍ରାର୍ଥନା କରୁଛି ।

Leave a Reply

Your email address will not be published. Required fields are marked *