ପାକିସ୍ତାନର ଅତ୍ୟାଚାର ସହି ନ ପାରି ଭାରତର ନାଗରିକତା ଦାବି କଲେ ଯୁବତୀ…
1 min read
ଉତ୍ତରପ୍ରଦେଶ: ପଡୋଶୀ ଦେଶ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ପରିବାର ଉପରେ ବଢିଚାଲିଛି ଅତ୍ୟାଚାର । ଖାସକରି ହିନ୍ଦୁ ଯୁବତୀ ମାନେ ସେଠାରେ ଅତ୍ୟାଚାର ଏବଂ ଅରାଜକତାର ଶିକାର ହେଉଛନ୍ତି । ଏପରି ଅନେକ ଖବର ସାମ୍ନାକୁ ଆସୁଛି । ସେହିପରି ହିନ୍ଦୁ ଯୁବତୀ ପାକିସ୍ତାନରୁ ଆସି ଭାରତରେ ରହିଥିବା ବେଳେ ଭାରତର ନାଗରୀକତା ପାଇବା ପାଇଁ ଅନୁରୋଧ କରିଛନ୍ତି । ଯୁବତୀଙ୍କ ନାମ ହେଉଛି ସିମରନ । ତେବେ ସିମରନ ୨୦୧୩ ସେପ୍େଟମ୍ବର ୨୭ ରେ, ତାଙ୍କ ମାଉସୀ ବାରଜୀ ବାଇଙ୍କ ସହ ପାକିସ୍ଥାନରୁ ଭାରତ (ୟୁପିରେ ଆଲିଗଡ) ଆସିଥିଲେ । ପରେ ସେ ଦୀର୍ଘ ଦିନ ହେବ ଭିସାରେ ତାଙ୍କ ଜେଜେବାପାଙ୍କ ଘରେ ରୁହନ୍ତି । ତେଣୁ ସେ ଭାରତୀୟ ନାଗରିକତା ପାଇବା ପାଇଁ ଆଲିଗଡ ଡିଏମଏରେ ଆବେଦନ କରିଛନ୍ତି ।
ସୂଚନା ମୁତାବିକ ସିମରନ୍ ନାମକ ତାଙ୍କ ଜେଜେବାପାଙ୍କ ସହ ଆସି ଆଲିଗଡ ଡିଏମ ଇନ୍ଦ୍ର ବିକ୍ରମ ସିଂଙ୍କୁ ଭେଟିଥିଲେ । ସିମରନ୍ ଡିଏମ୍ଙ୍କୁ କହିଛନ୍ତି ଯେ ସେ ଗତ ୨୦୧୩ ରୁ ତାଙ୍କ ମାଉସୀଙ୍କ ସହ ପାକିସ୍ତାନରୁ ଭାରତ ଆସି ଦଶ ବର୍ଷଧରି ୟୁପିର ଆଲିଗଡରେ ଥିବା ତାଙ୍କ ଜେଜେବାପାଙ୍କ ଘର ଭିସାରେ ରହୁଥିଲେ । ସେ ୨୦୧୯ ରେ ଭାରତୀୟ ନାଗରିକତ୍ୱ ପାଇଁ ମଧ୍ୟ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ମିଳିନାହିଁ । ତାଙ୍କ ପିତାମାତା, ଦୁଇ ଭାଇ ଏବଂ ମାଉସୀ ପାକିସ୍ତାନର ସିନ୍ଧ ପ୍ରଦେଶର ଜାଫ୍ରାବାଦରେ ରହୁଥିବା ବେଳେ ସେ ମଧ୍ୟ ଭାରତ ଆସିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେମାନେ ଭାରତୀୟ ନାଗରିକତା ଚାହୁଁଛନ୍ତି ।
ଅନ୍ୟପଟେ ଡିଏମ ଇନ୍ଦ୍ର ବିକ୍ରମ ସିଂ ଏହି ପ୍ରସଙ୍ଗରେ କହିଛନ୍ତି ଯେ ସହରରେ ରହୁଥିବା ପାକିସ୍ତାନୀ ନାଗରିକମାନେ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି । ଏ ବାବଦରେ ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ନିଷ୍ପତ୍ତି ନେବାକୁ ପଡିବ । ସରକାରଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ଅନୁସନ୍ଧାନ ଏବଂ ଆପତ୍ତି ସମାଧାନ ପରେ ଏକ ବିସ୍ତୃତ ରିପୋର୍ଟ ପଠାଯାଇ ସଂଶୋଧିତ ସୂଚନା ଏବଂ ଭାରତୀୟ ନାଗରିକତା ପ୍ରଦାନ ପାଇଁ ସୁପାରିଶ ସହିତ ପଠାଯାଉଛି । ଆଶା କରାଯାଉଛି ଯେ ଶୀଘ୍ର ସିମରନ ଏବଂ ତାଙ୍କ ମାଉସୀ ବାରଜୀ ବାଇଙ୍କ ଭାରତୀୟ ନାଗରିକତ୍ୱ ଉପରେ ନିଷ୍ପତ୍ତି ନିଆଯିବ ।