(ଭିଡିଓ) ପୁଅ ବୋହୂ ଘରୁ ତଡିଦେଲେ ; ପରିସ୍ଥିତିରେ ପଡି ତାଳ ସଜ ବିକ୍ରି କରୁଛୁ ୨ମୁଠା ଖାଇବା ପାଇଁ ..
1 min readଭୁବନେଶ୍ୱର : ଡେଲାଙ୍ଗରୁ ଆସ ରାଜଧାନୀ ନାଲକୋ ଛକରେ ତାଳ ସଜ ବିକ୍ରି କରି ନିଜ ପାଇଁ ଆହାର ସଂଗ୍ରହ କରୁଛନ୍ତି ବୃଦ୍ଧ ମାଉସୀ । ଯେଉଁ ବୟସରେ ଘରେ ବସି ପୁଅ ବୋହୂମାନଙ୍କ ଠାରୁ ସେବା ପାଇଁ ନାତିନାତୁଣିଙ୍କ ସହ ଖୁସିରେ ସମୟ ବିତାଇବା କଥା ସେହି ବୟସରେ ରାସ୍ତା କଡରେ ଉଦୁଉଦିଆ ଖରାରରେ ତାଳ ସଜ ବିକ୍ରି କରୁଛନ୍ତି ଏମାନେ । କାହିଁକି ପରିସ୍ଥିତି ଆଣି ଏମାନଙ୍କୁ ରାସ୍ତା କଡରେ ପକାଇଛି । କଣ ଏମାନଙ୍କ ପାଇଁ କିଛି ବିକଳ୍ପ ନାହିଁ ? ଖରା ସିଜିନ୍ରେ ଯାହା ୨ ଟା ବେପାର ହୁଏ ବର୍ଷା ହେଲେ ତ କେହି ତାଳ ସଜରେ ହାତ ଲଗାନ୍ତିନି । ବାଧ୍ୟ ହୋଇ ଫଫାଡିକି ଯାଉ । କୋହ ଭରା କଣ୍ଠରେ ଜୀବନର ଦୁଃଖ କଷ୍ଟ ବଖାଣିଛନ୍ତି ରାଜଧାନୀ ରାସ୍ତା କଡର ତାଳ ବେପାରୀ ..