ବଢିଲା ପ୍ୟାନ୍ – ଆଧାର ଲିଙ୍କ୍ ଅବଧି, ଜାଣନ୍ତୁ କେବେ ଶେଷ ତାରିଖ ..
1 min readନୂଆଦିଲ୍ଲୀ : ରାଜ୍ୟ ତଥା ଦେଶବାସୀଙ୍କ ପାଇଁ ଖୁସିଖବର । ପୁଣି ବଢିଲା ଆଧାର କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ଅବଧି । ପୂର୍ବରୁ ଏହାର ଶେଷ ତାରିଖ ମାର୍ଚ୍ଚ ୩୧ , ୨୦୨୩ ଯାଏଁ ଥିବାବେଳେ ବର୍ତ୍ତମାନ ଏହାର ଶେହ ତାରିଖକୁ ଜୁନ୍ ୩୦ ଯାଏଁ ବଢାଯାଇଛି । ତେବେ କେନ୍ଦ୍ରସରକାର ପଞ୍ଚମ ଥର ପାଇଁ ଏହି ଅବଧିକୁ ବଢାଉଥିବା ବେଳେ , ଏନେଇ କରଦାତାଙ୍କୁ ୧୦୦୦ ଟଙ୍କା ଲେକାଏଁ ଫାଇନ୍ ଦେବାକୁ ପଡିବ ।
ଯଦି ଜୁନ୍ ୩୦ ଯାଏଁ ଆପଣମାନେ ନିଜ ପାନକାର୍ଡ ସହ ଆଧାରକାର୍ଡକୁ ଲିଙ୍କ୍ କରୁନାହାନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ଫଳରେ ଆପଣମାନେ ଇନକମ୍ ଟ୍ୟାକ୍ସ ଫାଇଲ କରିପାରିବେ ନାହିଁ ଏବଂ ବ୍ୟାଙ୍କ୍ ସମ୍ବନ୍ଧୀୟ କାରବାରରେ ମଧ୍ୟ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । ଆଗକୁ ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲି ପାରିବେ ନାହିଁ । ଏମିତିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ ମଧ୍ୟ କରିପାରିବେ ନାହିଁ ।
ଅଚଳ କାର୍ଡ ବ୍ୟବହାର କଲେ କଣ ହେବ ?
ଯଦି ଆପଣ ପ୍ୟାନ କାର୍ଡ ସମୟ ପୂର୍ବରୁ ଲିଙ୍କ୍ ନକରାନ୍ତି ଏହା ଡିଆକ୍ଟିଭେଟ୍ ବା ଅଚଳ ହୋଇଯିବ । ଏହି ଅଚଳ କାର୍ଡକୁ ଆପଣ ଯଦି ବ୍ୟବହାର କରିବେ ଆପଣଙ୍କୁ ୧୦,୦୦୦ ଟଙ୍କା ଫାଇନ ବା ଜୋରିମାନା ଭରିବାକୁ ପଡିବ । ଇନକମ୍ ଟ୍ୟାକ୍ସ ଧାରା ୨୭୨ବି ଅନୁ୍ାୟୀ ଏହି ଜୋରିମାନା ବାଧ୍ୟତାମୂଳକ । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ୩୦ ଜୁନ୍ ୨୦୨୩ ସୁଦ୍ଧା ଆପଣାମନେ ୧୦୦୦ ଟଙ୍କାର ଫାଇନ୍ ଭରି ପ୍ୟାନକାର୍ଡ ସହ ନିଜ ଆଧାରକାର୍ଡକୁ ଲିଙ୍କ୍ କରାଇଦିଅନ୍ତୁ ।