ବାତ୍ୟା ପରେ ବୁଡିଲା ପଞ୍ଚଲିଙ୍ଗେଶ୍ୱର ।
1 min readବାଲେଶ୍ୱର ; ବାତ୍ୟା ଦାନର ପ୍ରଭାବରେ ନୀଳଗିରି ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରେ ମନ୍ଦିର ପାଣିରେ ବୁଡିଛି ।
ସାରା ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗଶ୍ଵର ମନ୍ଦିରରେ ଆଣ୍ଠୁଏ ପାଣି ଉଚ୍ଚାରେ ଦେକାଦେଇଛି ।
ପୁଜା ମଣ୍ଡପରେ ଝରଣା ପାଣି ଚାଲିଥିବା ଦେଖାଯାଇଛି। ବାତ୍ୟା ଦାନା ର ଲଗାଣ ବର୍ଷା ରେ ଉପର ମୁଣ୍ଡ ପାହାଡ଼ ରେ ପ୍ରବଳ ଝରଣା ପାଣି ଆସି ପୂଜା ମଣ୍ଡପରେ ଆଣ୍ଠୁଏ ଉଚ୍ଚା ରେ ପାଣି ଚାଲିଛି। ତେବେ ବାତ୍ୟା କୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଦର୍ଶନ ବନ୍ଦ ରଖାଯାଇଛି।