Pratidin TV

Odisha's Digital News Platform

ପଞ୍ଚାୟତ ଉନ୍ନୟନ ଟଙ୍କା ହଡପ କରି ଫେରାର ପିଇଓ ; ଥାନାରେ ଏତଲା ଆଣିଲେ ବିଡିଓ

ମୋହନା : ଉନ୍ନୟନ କାମ ପାଇଁ ଆସିଥିବା ପଞ୍ଚାୟତର ଟଙ୍କା ଚଳୁ କରିନେଲେ ପିଇଓ । ପିଇଓ ଜଣକ ଚାଞ୍ଚକତା କରି ଲକ୍ଷାଧିକ ଟଙ୍କା ବ୍ୟାଙ୍କ ରୁ ଉଠାଇ କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ଏବେ ଏହି ଖବର ଖୁବ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି ଜିଲ୍ଲାରେ । ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତରେ ।

ଘଟଣା ଜଣାପଡ଼ିବା ପରେ ସମୃକ୍ତ ପିଇଓକୁ ନିଲମ୍ବିତ କରିବା ସହ ଫୌଜଦାରୀ ମାମଲା ଗୁରୁଣ୍ଡି ଥାନାରେ ରୁଜ୍ଜୁ ହୋଇଛି । ଟଙ୍କା ନେଇ ଫେରାର ହୋଇଥିବା ପିଇଓ ଜଣକ ହେଲେ ନିବାସୀ ପାଣି । ଗତ ୨ ମାସ ହେଲା ସେ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ପଞ୍ଚାୟତ ବାସୀ ଉନ୍ନୟନ କାମ ପାଇଁ ପଞ୍ଚାୟତ ଆସି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ବ୍ଲକ ପ୍ରଶାସନ ପକ୍ଷରୁ ଯାକବ ଗମାଙ୍ଗଙ୍କୁ ପିଇଓ ଭାବେ ମଧୁସୁଦନ ପଞ୍ଚାୟତରେ ନିଯୁକ୍ତି ଦେଇଛନ୍ତି । ଗତ ୨୬ ତାରିଖ ରେ ନୂତନ ପିଇଓ କାର୍ଯ୍ୟରେ ଯୋଗ ଦେବା ପରେ ସମସ୍ତ ଦସ୍ତାବିଜ ତଥା ପଞ୍ଚାୟତ ଫଣ୍ଡର ବ୍ୟାଙ୍କ ଆକାଉଣ୍ଟ ଆଦି ନିରୀକ୍ଷଣ କରିବା ପରେ , ସିଏଫସି ଟଙ୍କାକୁ ସରପଞ୍ଚଙ୍କ ଜାଲି ଦସ୍ତଖତରେ ବିନା କାରଣରେ ୫ଲକ୍ଷ ୨୫ ହଜାର ଟଙ୍କା ଉଠାଇ ନେଇଥିବାର ଜାଣିବାକୁ ପାଇଥିଲେ ।

ବ୍ଲକ ପ୍ରଶାସନ ତରଫରୁ ବିଡିଓ ନୀଳମାଧବ ମାଝୀ ଗୁରାଣ୍ଡି ଥାନାରେ ସମୃକ୍ତ ଫେରାର ପିଇଓ ପାଣିଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି । ସରପଞ୍ଚ ଓ ପିଇଓ ଙ୍କ ସଂଯୁକ୍ତ ଯୁଗ୍ମ ଏକାଉଣ୍ଟ୍ ରୁ ନିବେଶ ପାଣି ୫ଲକ୍ଷ ୨୫ ହଜାର ଟଙ୍କା କିଭଳି କେଉଁ ପରିସ୍ଥିତିରେ ଉଠାଇ ପାରିଲେ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପିଇଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସରପଞ୍ଚ ଙ୍କ ବିନା ସହାୟତା ହୋଇପାରିବ ନାହିଁ ସରପଞ୍ଚ ମଧ୍ୟ ସାମିଲ ଥାଇପାରନ୍ତି ବୋଲି କହିଛନ୍ତି ଗୋଷାଣୀ ବ୍ଳକ ଚେୟାରମେନ ।

Leave a Reply

Your email address will not be published. Required fields are marked *