Pratidin TV

Odisha's Digital News Platform

ଜୟପୁରରେ ପାଣ୍ଡିଆନ କଲେ ନିର୍ବାଚନୀ ପ୍ରଚାର …

1 min read

ବିଜେଡି ନେତା ତଥା ୫ଞ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଜୟପୁର ଠାରେ ପହଞ୍ଚି ବିଜେଡି ର ଷ୍ଟାର ପ୍ରଚାରକ ଭାବେ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି। ଜୟପୁର ଦଶହରା ପଡ଼ିଆ ଠାରେ ଏକ ସଭାକୁ ସମ୍ବୋଧିତ କରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଜୟପୁର ବିଜେଡ଼ିର ବିଧାନ ସଭା ପ୍ରାର୍ଥୀନୀ ଡ଼. ଇନ୍ଦିରା ନନ୍ଦ ଏବଂ କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକ୍କକା ସପକ୍ଷରେ ଜୟପୁର ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କୁ ବିଜେଡି ସପକ୍ଷରେ ବିପୁଳ ମାତ୍ରା ରେ ମତଦାନ କରିବାକୁ ଆହ୍ୱାନ କରିଛନ୍ତି। ପରବର୍ତ୍ତୀ ସମୟରେ ଡଃ ବାବା ସାହେବ୍ ଆମ୍ବେଦକର ଛକ ଠାରୁ ଏକ ବିଶାଳ ରୋଡ଼ ସୋ ଜରିଆରେ ଜୟପୁର ନଗର ପରିକ୍ରମା କରି ଜୟପୁର ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କୁ ବିଜେଡି ସପକ୍ଷରେ ବିପୁଳ ମାତ୍ରା ରେ ଭୋଟ ଦେଇ ପୁନର୍ବାର ରାଜ୍ୟରେ ବିଜେଡି ସରକାର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଏହା ସହିତ ଜୟପୁର ଇତିହାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଉଚ୍ଚଶିକ୍ଷିତ ମହିଳା ପ୍ରାର୍ଥୀନୀ ଙ୍କୁ ବିଧାୟକ ରୁପେ ଗଢ଼ି ତୋଳିବାକୁ ସୂଯୋଗ ଦେଇଛନ୍ତି। ତତ୍ ସହିତ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକ୍କକା ଙ୍କୁ ମଧ୍ୟ ଦିତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି। ଏହି ଦୁଇ ଭଉଣୀ ଙ୍କୁ ବିପୁଳ ମାତ୍ରା ଭୋଟ ଦିଅନ୍ତୁ ବୋଲି କହିଛନ୍ତି। ଅନ୍ୟ ଦଳର ନେତାମାନେ ମିଛ ପ୍ରତିଶୃତି ଦେବା ଛଡା ଆଉ କିଛି କରିପାରିବେ ନାହିଁ ଏଣୁ ଜୟପୁର ସହରର ସର୍ବାଙ୍ଗିନ ଉନ୍ନତି ପାଇଁ ନବୀନ ସରକାରଙ୍କୁ ପୁଣିଥରେ ସୂଯୋଗ ଦିଅନ୍ତୁ ବୋଲି ଜୟପୁର ସର୍ବ ସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର‌୍ୟ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଲିଉଡ ଷ୍ଟାର ଅଭିନେତା ବାବୁ ସାନ ଅଭିନେତ୍ରୀ ଏଲିନା,ଭୁମିକାଙ୍କ ସହ ବିଜେଡିର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *