Pratidin TV

Odisha's Digital News Platform

ପାଟଣାରେ କାର୍ତ୍ତିକ ପାଣ୍ଡିଆନ କଲେ ନିର୍ବାଚନି ପ୍ରଚାର ..

ପାଟଣାରେ ପାଣ୍ଡିଆନ କଲେ ନିର୍ବାଚନ ପ୍ରଚାର । ପ୍ରଥମେ ଲୋକଙ୍କୁ କ୍ଷମା ମାଗିଥିଲେ ପରେ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଜନଜାତି ଲୋକମାନେ ନବୀନ ପଟ୍ଟନାୟକଙ୍କ ହୃଦୟରେ ଅଛନ୍ତି। ନବୀନଙ୍କୁ ମଧ୍ଯ ଜନଜାତି ସମ୍ପ୍ରଦାୟର ଲୋକମାନେ ଭଲ ପାଆନ୍ତି। ସେହି ସଭାରେ ଅନେକ ସଂଖ୍ୟାର ଲୋକମାନଙ୍କୁ ଦେଖି କାର୍ତ୍ତିକ ପାଣ୍ଡିଆନ କହିଥିଲେ ଏପରି ଜନ ସମୁଦ୍ର ଦେଖିବାପରେ ଜଣାପଡୁଛି ଆପଣ ବିଜୁ ଜନତା ଦଳ କୁ କେତେ ଭଲ ପାଆନ୍ତି, ତାହା ଏହି ସଭାରୁ ପ୍ରମାଣ ମିଳୁଛି । ବିଳମ୍ବ ହୋଇଥିଲେ ସୁଦ୍ଧା ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ବିଳମ୍ବରେ ପହଞ୍ଚିଥିବାରୁ କ୍ଷମା ମାଗିବା ସହିତ ଲୋକମାନଙ୍କୁ ଧନ୍ଯବାଦ ଦେଇଥିଲେ ପାଣ୍ଡିଆନ।

ଜନଜାତିର ଲୋକଙ୍କ ପାଇଁ ମୁଖ୍ଯମନ୍ତ୍ରୀ କରିଥିବା କାମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶା ଭଳି ଅନ୍ଯ ରାଜ୍ଯରେ ଏସଡିସି ଗଠନ ହୋଇନାହିଁ। ଯାହା ଜନଜାତିଙ୍କ ସଂସ୍କୃତିର ସୁରକ୍ଷା କରୁଛି। ଧର୍ମୀପୀଠର ଉନ୍ନତି, ଲାଭ ଯୋଜନା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆଦି କଥା କହିବା ସହ ଅଞ୍ଚଳର ବିକାଶ କାମ ଓ ସେ ବାବଦରେ ବ୍ୟୟବରାଦର ହିସାବ ଦେଇଥିଲେ ପାଣ୍ଡିଆନ। ଆଦିବାସୀଙ୍କ ମଙ୍ଗଳପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଚେଷ୍ଟିତ । ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେୱାଇ କାର୍ଡ, ମିଶନଶକ୍ତି ମାଆମାନଙ୍କ ପାଇଁ ପେନସନ ସମ୍ପର୍କରେ ମୁଖ୍ଯମନ୍ତ୍ରୀଙ୍କ ପ୍ରତିଶୃତି ମନେପକାଇ ଦେଇଥିଲେ ପାଣ୍ଡିଆନ। ଏସବୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବା ପାଇଁ ପାଣ୍ଡିଆନ ଅପିଲ କରିଥିଲେ ।

Leave a Reply

Your email address will not be published. Required fields are marked *