Pratidin TV

Odisha's Digital News Platform

ଆସିଲା ବଡ଼ ଖବର , ବିଜେଡି ର ପରାଜୟ ପରେ ଏଇଠି ଅଛନ୍ତି ପାଣ୍ଡିଆନ…

1 min read

ରାଜ୍ୟରେ ବିଜେପି ନିର୍ବାଚନ ବାଜି ଜିତିଥିବା ବେଳେ ବିଜେଡି ପରାଜୟ ସାମ୍ନା କରିଛି । ଦୀର୍ଘ 24 ପରେ ବଦଳିଯାଇଛି ରାଜନୈତିକ ଚିତ୍ର । ତେବେ ବିଜେଡି ର ପରାଜୟ ପରେ ପାଣ୍ଡିଆନ୍‌ଙ୍କୁ ନବୀନ ଙ୍କ ସହିତ ଦେଖିବାକୁ ମିଳିନଥିଲା , ଏବଂ ତାଙ୍କର କୌଣସି ପ୍ରତିକ୍ରିୟା ମଧ୍ୟ ଆସିନାହିଁ । ତାଙ୍କର ଅନୁପସ୍ଥିତି ପରେ ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି।

ଅନ୍ୟପଟେ, ପୂର୍ବରୁ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ କୁଟ୍ଟେ ଦିଲ୍ଲୀରେ ଥିବା ବେଳେ ପାଣ୍ଡିଆନ୍‌ ଏବେ ଦିଲ୍ଲୀରେ ଥିବା କୁହାଯାଉଛି। ଦିଲ୍ଲୀରେ ପାଣ୍ଡିଆନ୍‌ ଓ କୁଟ୍ଟେଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Advertisement

Leave a Reply

Your email address will not be published. Required fields are marked *