Pratidin TV

Odisha's Digital News Platform

ପାଲଲହଡ଼ାରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର , ଖୋଲା ଖୋଲି କରିଲେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ ..

1 min read

ପାଲଲହଡ଼ାରେ  କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର  । ନିଜ ଅଂଚଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ମାଗିଲେ ପାଣ୍ଡିଆନ ।  ପ୍ରଥମେ ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଜନସଭାକୁ ସମ୍ୱୋଧିତ କରିଥିଲେ । ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡ଼ିଶା ପାଇଁ ଖୁସି ଓ ଗର୍ବର କଥା କିନ୍ତୁ କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ତେଣୁ ସେ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ ।

ଏଥିସହ, ଆହୁରି ଅନେକ ପ୍ରଶ୍ନ କରି ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ସେ କହିଥିଲେ ଯେ, ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିଲେ କି ? ତୈଳ ମନ୍ତ୍ରୀ ଭାବେ ଏଲପିଜି ଦର କମେଇଲେ କି? ପେଟ୍ରୋଲ, ଡିଜେଲ ଦର କମେଇଲେ କି? ଏହି ପବିତ୍ର ମାଟିର ବରପୁତ୍ରମାନଙ୍କ ସମ୍ମାନ ରଖିବା ପାଇଁ କିଛି କଲେ କି? କିଛି କଲେ ନାହିଁ । ଓଡ଼ିଶା ପାଇଁ କଣ କରିଛନ୍ତି, ଏହା ହେଉଛି ଏ ମାଟିରେ ଜନ୍ମ ହୋଇ ନିଜ ମାଟିକୁ ଭୁଲି ଯିବା  । ଏଥି ପାଇଁ ପ୍ରତ୍ୟେକ ନିର୍ବାଚନରେ ଅଞ୍ଚଳବାସୀ ତାଙ୍କୁ ଉଚିତ୍‌ ଜବାବ ଦେଉଛନ୍ତି । ଏଥର ମଧ୍ୟ ଉଚିତ ଜବାବ ଦେବେ ।

Advertisement

ପୁଣିଥରେ ସବୁଠି ଶଙ୍ଖ ବାଜିବ  । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ନିଜ ମାଟିକୁ ଅବହେଳା କରିଥିବା ପରିଚୟ ନେଇ ଏତେ ସାହସ କେଉଁଠୁ ଆସିଲା ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ପାଇଁ । ଏ କଥାକୁ କେହିବି ଗ୍ରହଣ କରିବେନି ପାଲଲହଡା ବାସୀ ଗ୍ରହଣ କରିବେନି  । ଆପଣ ମାନଙ୍କ ଆଶୀର୍ବାଦରେ ମହାପ୍ରଭୁଙ୍କ ଆଶୀର୍ବାଦରେ ପୁଣିଥରେ ଦାୟିତ୍ୱ ଗ୍ରହଣ କରିବେ ନବୀନ ପଟନାୟକ । ଏହାସହ ପଚାଶ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ । ହାରିବା ଆମ କେନ୍ଦ୍ର ମନ୍ତ୍ରୀଙ୍କ ପରିଚୟ ହୋଇଯାଇଛି କହିବା ସହ କେନ୍ଦ୍ର ମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ପାଣ୍ଡିଆନ ।

Leave a Reply

Your email address will not be published. Required fields are marked *