ଯାଯାବର ପାଲଟିଛି ପଣ୍ଡିତ ବିଶ୍ଵନାଥ ପାଠାଗାର
1 min readଯାଯାବର ପାଲଟିଛି ପଣ୍ଡିତ ବିଶ୍ଵନାଥ ପାଠାଗାର । ପ୍ରଥମେ ସହିଦ ଭବନ ଠାରେ ଆରମ୍ଭ ହୋଇଥିବା ଏହି ପାଠାଗାର ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବା ଫଳରେ ଖାନନଗରକୁ ସ୍ଥାନାନ୍ତର ହୋଇଥିଲା । ପୂର୍ବରୁ ସେହି ପାଠାଗାରକୁ ପଢ଼ିବାକୁ ୪୦୦ ରୁ ୫୦୦ ପିଲା ଆସୁଥିଲେ । କିନ୍ତୁ ଏହି ପାଠାଗାର ଏବେ ନିଜର ଅସ୍ତିତ୍ବ ଖୋଜୁଛି । ଅପରପକ୍ଷରେ ଜାଗା ଚିହ୍ନଟ ସରିଛି । ଗୋଟିଏ ବର୍ଷ ଭିତରେ ଅତ୍ୟାଧୁନିକ ଲାଇବ୍ରେରୀ କାମ ସରିବ ବୋଲି ମେୟର ସୁବାଷ ସିଂ କହିଛନ୍ତି । ପାଠାଗାର ସାଙ୍ଗେ ସାଙ୍ଗେ ବହିପତ୍ର ଗୁଡ଼ିକ ବୁଲି ବୁଲି ଜରାଜୀର୍ଣ୍ଣ ହୋଇପଡିଲେଣି । ସେଠାକୁ ଆସୁଥିବା ପାଠକ ପାଠିକା ମାନେ କହିଛନ୍ତି ସିଏନବିଟିରେ ନୂଆ କରି ଖୋଲିଥିବା ପଣ୍ଡିତ ବିଶ୍ଵନାଥ ପାଠାଗାରରେ ନୂଆ ବହି ଆଉ କିଛି ନାହିଁ ।
ସେହି ପୁରୁଣା ବହିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏହା ସହିତ ବସିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବ୍ୟବସ୍ଥା ନ ଥିବାରୁ କିଛିକିଛି ପାଠକଙ୍କୁ ଛିଡ଼ା ହେବା ପାଇଁ ପଡ଼ୁଛି । ଯେହେତୁ ନିକଟରେ ପାଠାଗାରଟି ସ୍ଥାନାନ୍ତର ହୋଇଛି ସେଠାରେ ଫ୍ୟାନର ମଧ୍ଯ ବ୍ୟବସ୍ଥା ନାହିଁ । ତେଣୁ ଏ ନେଇ ପାଠକ ପାଠିକା ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ଓ ଶ୍ରମଜିବୀଙ୍କ ନେତାଥିଲେ ପଣ୍ଡିତ ବିଶ୍ଵନାଥ । ତାଙ୍କ ନାମରେ ନାମିତ ହୋଇଥିବା ଏହି ବିଶ୍ଵନାଥ ପାଠାଗାର ଖୋଜୁଛି ତା’ର ଠିକଣା? ସହିଦ ଭବନରୁ ଆରମ୍ଭ ହୋଇଥିବା ଏହି ପାଠାଗାର ଘୂରି ବୁଲି ଏବେ ନେତାଜୀ ବସ ଟର୍ମିନାଲରେ ହୋଇଛି। ତେବେ ଆଗାମୀ ଦିନରେ 30 କୋଟି 56 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ପାଠାଗାର ଅନୁଗୁଳ, ପୁରୀ ବସଷ୍ଟାଣ୍ଡ ରେ ନିର୍ମାଣ ହେବାକୁ ଜାଗା ଚିହ୍ନଟ ହୋଇସାରିଛି । ଏହାକୁ ପୋଲିସ ହାଉସିଂ ବୋର୍ଡ଼ କାର୍ଯ୍ୟ କରିବ ବୋଲି ମେୟର କହିଛନ୍ତି