Pratidin TV

Odisha's Digital News Platform

ଲୁଚାଇ ନେଉଥିଲା ବଜ୍ରକାପ୍ତା ,ବିଶେଷସୂତ୍ରରୁ ଖବର ପାଇଁ ମାଡି ବସିଲା ଏସଟିଏଫ ଟିମ୍‌,ଜଣେ ଗିରଫ

1 min read

ବଲାଙ୍ଗୀର : ପୋଲିସର କଡା ପାଟ୍ରୋଲିଂ ପରେ ବି ଥମିବାର ନାଁ ନେଉ ନି ଚୋରା ଚାଲାଣ ।କେତେବେଳେ ଗଂଜେଇ ନ କେବେ କାଠ ପୁଣି କେବେ ବଜ୍ରକାପ୍ତା । ପୋଲିକୁ ଖୋଲ ଚ୍ୟାଲେଞ୍ଜ ଦେଇ ମାଫିଆ ଚଳାଇଛନ୍ତି ମନମାନୀ । ପୁଣି ଏସଟିଏଫ କବଜାରେ ବ୍ରଜକାପ୍ତା ମାଫିଆ । ଅନ୍ଧାର ରାତିର ସୁଯୋଗ ନେଇ ଅଭିଯୁକ୍ତ ଏହି ବେପାର ଚଳାଇ ଆସୁଥିଲା ।ତେବେ ବଜ୍ରକାପ୍ତାର ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍ ଟିମ୍ ଦ୍ୱାରା ଧରାପଡ଼ିଛନ୍ତି ଜଣେ ଅଭିଯୁକ୍ତ । ଅଭିଯୁକ୍ତ ନିକଟରୁ ୧୦ କିଲୋ ର ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜ ଆଖପାଖ ଅଂଚଳରୁ ବଜ୍ରକାପ୍ତାର ଚୋରା ଚାଲାଣକାରୀଙ୍କୁ କାବୁ କରିଛି ଏସ୍‌ଟିଏଫ୍ ଟିମ୍ । ଏନେଇ ବନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛିି । କୁହାଯାଉଛି ଯେ, ରୀତିମତ ବଜ୍ରକାପ୍ତାର ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇବା ପରେ ସଂପୃକ୍ତ ଚାଲାଣକାରୀଙ୍କୁ ଏସ୍‌ଟିଏଫ୍ ଟିମ୍ କାବୁ କରିବା ପାଇଁ ପଦକ୍ଷେପ ନେଇଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ଟିମ ଚଢଉ କରି ସଫଳ ହୋଇପାରିଛି ।

Advertisement

Leave a Reply

Your email address will not be published. Required fields are marked *