Pratidin TV

Odisha's Digital News Platform

ଏଥରବି  କ’ଣ ସତ ହେବ ପଞ୍ଜିକା,ଦାନା ପଛକୁ ଆସୁଛି  ଭୂମିକମ୍ପ..

1 min read

ସତ ହୋଇଗଲା  ପଞ୍ଜିକାର ଭବିଷ୍ୟବାଣୀ। ଅକ୍ଟୋବରରେ ବଡ ବାତ୍ୟା ନେଇ ଖଡୀରତ୍ନ ପଞ୍ଜିକାରେ ହୋଇଥିଲା ପୂର୍ବାନୁମାନ। ୨୦୨୪ ଅକ୍ଟୋବରରେ  ବଡ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଥିବା  ଓଡିଶା ତାହା ପୁର୍ବରୁ ଉଲ୍ଲେଖ ହୋଇଛି । ଦାନାର ପ୍ରକୋପ ମନରୁ ନଲିଭୁଣୁ ପୁଣି ମାଡି ଆସୁଛି କି ବିପଦ? ସତ ହେବକି  ପଞ୍ଜିକା ଭବିଷ୍ୟବାଣୀ।

ବାତ୍ୟା ପରେ ଏବେ  ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥିବୀ । ତେବେ କେବଳ ଭୂମିକମ୍ପ ନୁହେଁ ତୁଷାରପାତ, ଭୂସ୍ଖଳନ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର  ଆଶଙ୍କା କରୁଛି ଖଡ଼ିରତ୍ନ ପଞ୍ଜିକା।

Advertisement

ପାଞ୍ଜି ଅନୁଯାୟୀ,  ନଭେମ୍ବର ମାସରେ ରାଜ୍ୟକୁ ଲଘୁଚାପ ବୃଷ୍ଟି ସମେତ ଭୂମିକମ୍ପ ହେବା ନେଇ ଉଲ୍ଲେଖ ରହିଛି । ପାଞ୍ଜିରେ ଲେଖାଅଛି ଯେ, ନଭେମ୍ବର ତା ୧୭ରୁ ତା୨୨ ମଧ୍ୟରେ ନଭେମ୍ବର ତା ୨୫ରୁ ତା୨୯ ମଧ୍ୟରେ ଡିସେମ୍ବର ତା୩ରୁ ୭ମଧ୍ୟରେ ଏବଂ ଡିସେମ୍ବର ତା୧୦ରୁ ତା୧୫ ମଧ୍ୟରେ ଲଘୁବଳୟ ଲଘୁଚାପ ବୃଷ୍ଟିପାତ ତୁଷାରପାତ ଭୂସ୍ଖଳନ ତଥା ଭୂମିକମ୍ପ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ଆଣଶଙ୍କା ରହିଛି। ଏହି ମାସରେ ପାଞ୍ଚ ଶନିବାର ଏବଂ ପାଞ୍ଚ ରବିବାର ଭୋଗ ହେଉଅଛି । ଯାହାଦ୍ୱାରା ଓଡ଼ିଶା  ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ପ୍ରଭୃତି ରାଜ୍ୟମାନଙ୍କରେ ଭୂମିକମ୍ପ ,ଭୂସ୍ଖଳନ, ଅଗ୍ନିଦାହ ତଥା ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ସହ ଦୈନନ୍ଦିନ ସାମଗ୍ରୀ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ଥିବା ପାଞ୍ଜିରେ ଉଲ୍ଲେଖ ରହିଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ କଥା ହେଉଛି। ନିକଟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଦାନାକୁ ନେଇ ଭବିଷ୍ୟବାଣୀ କରିଥିଲା ପଞ୍ଜିକା।  ଖଡ଼ିରତ୍ନ ପାଞ୍ଜିରେ ଓଡ଼ିଶାକୁ ବାତ୍ୟା ଆସିବା ନେଇ ଉଲ୍ଲେଖ କରାଯାଇଥିଲା। ତାହା ମଧ୍ୟ ଭାଇରାଲ ହୋଇଥିଲା। ପରେ ଏହି ପାଞ୍ଜିର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା । ଆଉ ଉପକୂଳ ଓଡ଼ିଶାରେ  ମାଡ଼ ହୋଇଥିଲା ଭୀଷଣ ଦାନା । ଏବେ ଓଡ଼ିଶାକୁ ଭୂମିକମ୍ପ ଭୟ ଥିବାନେଇ ସେହି ଖଡିରତ୍ନ ପାଞ୍ଜିରେ ଉଲ୍ଲେଖ ରହିଛି । ତେବେ ଏହା କେତେ ସତ ସାବ୍ୟସ୍ତ ହେବ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *