Pratidin TV

Odisha's Digital News Platform

ପଙ୍କଜ ଉଧାସଙ୍କ ସମ୍ପତ୍ତି କେତେ ? ଜୀବନର ପ୍ରଥମ ରୋଜଗାର ଥିଲା ମାତ୍ର ୫୧ ଟଙ୍କା ..

1 min read

ଚାନ୍ଦ ଜେସା ରଙ୍ଗ ହେ ତେରା ,ସୋନେ ଜେସା ବାଲ , ପୁଣି କେବେ ଚିଠି ଆଇହେ । ଏହି ଗୀତ ଆଜିବି ସମସ୍ତଙ୍କ ମନରେ ଘର କରି ରହିଛି । ହେଲେ ଏହି ଗୀତ ଗାଇଥିବା ସେହି ପ୍ରସିଦ୍ଧ ଗାୟକ ଆଜି ଆମ ଗହଣରେ ନାହାନ୍ତି । ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ସେହି ଲିଜେଣ୍ଡାରୀ ସିଙ୍ଗର ପଙ୍କଜ ଉଧାସ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜର ସମୁଧୁର ସଙ୍ଗୀତ ପାଇଁ ଘରେ ଘରେ ବେଶ ପରିଚିତ ଥିଲେ ସେ । ସଫଳତାର ଶିଖରରେ ପହଞ୍ଚିଥିଲେ ଏହି ଭେଟେରାନ ଗାୟକ । ପ୍ରଥମେ ୫୧ ଟଙ୍କାରୁ ଆରମ୍ଭ କରି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ।

୧୭ ମଇ ୧୯୫୧ ରେ ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ପଙ୍କଜ ଉଧାସ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଥିଲା । ଚୀନ୍ ଏବଂ ଭାରତ ମଧ୍ୟରେ ଯୁଦ୍ଧର ବାତାବରଣ ଥିବାବେଳେ ସେ ତାଙ୍କ ଭାଇଙ୍କ ସହ ଗୀତ ଗାଇବା ଆରମ୍ଭ କରିଥିଲେ । ଏକ କାର୍ଯ୍ୟକ୍ରମରେ ‘ଏ ବତନ୍ କେ ଲୋଗ ’ ଗୀତ ଗାଇ ସମସ୍ତଙ୍କୁ ତାଙ୍କର ପ୍ରଶଂସକ ବନାଇ ଦେଇଥିଲେ । ସବୁଠୁ ବଡ କଥା ହେଲା ସେହି କାର୍ଯ୍ୟକ୍ରମରେ ତାଙ୍କୁ ୫୧ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଏବଂ ତାହା ଥିଲା ତାଙ୍କର ସଂଙ୍ଗୀତ ରୁ ପ୍ରଥମ ରୋଜଗାର । ଏବଂ ଏହାପରେ ସେ କେବେ ପଛକୁ ଚାହିଁ ନଥିଲେ ଗୀତ ଏବଂ ଗଜଲ ଗାଇ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିଲେ । ସଙ୍ଗାତ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ମୃତ୍ୟୁ ବେଳକୁ ଗାୟକ ୨୫ କୋଟି ଟଙ୍କାର ମାଲିକ ଥିଲେ ।

Advertisement

Leave a Reply

Your email address will not be published. Required fields are marked *