Pratidin TV

Odisha's Digital News Platform

ରାମ ମନ୍ଦିର ବୋମାରେ ଉଡ଼ାଇ ଦେବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ…

1 min read

ଖଲିସ୍ତାନୀ ଆତଙ୍କୀ ତଥା ଶିଖ୍ ଫର୍ ଜଷ୍ଟିସ (ଏସଏଫଜେ) ର ମୁଖିଆ ଗୁରପତବନ୍ତ ସିଂ ପନ୍ନୁ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି । ସେ ଏକ ଭିଡିଓ ଜାରି କରି ଏହି ଧମକ ଦେଇଛି । ଏଥିରେ ସେ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।ପନ୍ନୁ ତା ବିବୃତ୍ତିରେ କହିଛି, ‘ଆମେ ହିନ୍ଦୁତ୍ୱ ଚିନ୍ତାଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ଦୋହଲାଇଦେବୁ ‘, ଯାହାକି ଭାରତର ଏକ ପବିତ୍ର ସ୍ଥାନ।

ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ସମୟରେ ରାମ ମନ୍ଦିରରେ ପ୍ରାର୍ଥନା କରୁଥିବା ଚିତ୍ର ଦେଖାଯାଇଛି। ପନ୍ନୁ କାନାଡାର ଭାରତୀୟମାନଙ୍କୁ ମଧ୍ୟ ହିନ୍ଦୁ ମନ୍ଦିର ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି।ତେବେ ପନ୍ନୁ ପୂର୍ବରୁ ମଧ୍ୟ ଭାରତକୁ ଅନେକ ଧମକ ଦେଇଛନ୍ତି । ସେ କହିଥିଲେ ଯେ ଶିଖ୍ ଦଙ୍ଗାକୁ ୪୦ ବର୍ଷ ପୂରଣ ହେବା ପରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ । ପନ୍ନୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ନଭେମ୍ବର ୧ରୁ ୧୯ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଉଡ଼ାଣ ନ ଭରିବାକୁ ଚେତାବନୀ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *