ପାରାଦ୍ୱୀପରୁ କେନ୍ଦୁଝରକୁ ଗଡ଼ିଲା ମେମୁ ଟ୍ରେନ..ପତାକା ହଲାଇ ପ୍ରଧାନମନ୍ତ୍ରୀ କଲେ ଶୁଭ ଉଦଘାଟନ
1 min readପାରାଦ୍ୱୀପରୁ କେନ୍ଦୁଝର ଗଡ଼କୁ ଗଡ଼ିଲା ମେମୁ ଟ୍ରେନ l ଚଣ୍ଡିଖୋଲ ଠାରେ ଆୟୋଜିତ ବିଶାଳ ଜନସମାବେଶରେ ପତାକା ହଲାଇ ପାରାଦ୍ୱୀପ, କେନ୍ଦୁଝରଗଡ଼ ମେମୁ ଟ୍ରେନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଯାହା ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷାର ଶେଷ ହେବା ସହ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପାସେଞ୍ଜର ଟ୍ରେନ ଚଳାଚଳ କରିବ |
ପାରାଦ୍ୱୀପ ଷ୍ଟେସନରେ ଭବ୍ୟ ଆୟୋଜନ ମଧ୍ୟରେ ପାରାଦ୍ୱୀପ କେନ୍ଦୁଝର ଗଡ଼ ଟ୍ରେନର ଉଦଘାଟନ ଉତ୍ସବରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଧ ଯୋଗଦେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨0 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଉତ୍ସବରେ ପାରାଦ୍ୱୀପ ରିଫାଇନେରୀର ୨ଟି ପ୍ରକଳ୍ପ ଓ ପାରାଦ୍ୱୀପ, କେନ୍ଦୁଝର ନୂତନ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l
ନତନ ଟ୍ରେନ ଉଦଘାଟନ ଉତ୍ସବରେ ପାରାଦ୍ୱୀପ ରେଲୱେ ଡିଭିଜନ ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ପାରାଦ୍ୱୀପ ଅଞ୍ଚଳର ଜନ ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସି ଯୋଗଦେଇଥିଲେ l ବିଶେଷକରି ପାରାଦ୍ୱୀପ କେନ୍ଦୁଝରଗଡ଼ ଟ୍ରେନ ଉଦଘାଟନ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଟ୍ରେନ ରେ ଯାତ୍ରା କରିବା ସମୟରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l