Pratidin TV

Odisha's Digital News Platform

ପାରାଦ୍ୱୀପରୁ ଲଜ୍ୟା : ୬ ବର୍ଷର ନାବାଳିକାକୁ କୁରକୁରି କିଣେଇ ଦେବା କହି ଏପରି କଲା ଯୁବକ ..

ପାରାଦ୍ୱୀପ : ଦେଶ ବା ରାଜ୍ୟ ଯେତେ ଅତ୍ୟାଧୁନିକତାର ସୀମାକୁ ଚଢୁଛି । ଲୋକମାନଙ୍କ ଚିନ୍ତାଧାରା ସେତେ କୁତ୍ସିତ ହୋଇପଡୁଛି । ହରାଇବସୁଛନ୍ତି ନିଜ ମାନବିକତା , ଚିନ୍ତା ଶକ୍ତି ଶେଷରେ ପାଲଟିଯାଉଛନ୍ତି ରାକ୍ଷସ । ନିଜର ଭୋକ ମେଣ୍ଟାଇବା ପାଇଁ ଶେଷରେ ଟାର୍ଗେଟ ପାଲଟୁଛନ୍ତି ଛୋଟ ଛୋଟ ନିରୀହ ନାବାଳିକା । ଯିଏ ନିଜ ଅସ୍ତିତ୍ୱ ବିଷୟରେ ହିଁ ନିଜେ ଅବଗତ । ଦୁନିଆ, ସମାଜ ଭିତରେ ଜାଣେନା ସେ କିଛି । କାହା କଥା ଶୁଣିବ , କାହା ପାଖକୁ ଯିବ ନଯିବ ।

ମାତ୍ର ୬ ବର୍ଷର ଶିଶୁଟେ ସେ କେମିତି ବି ଜାଣିପାରିବ ରାକ୍ଷସର ମନ୍ଦ ଉର୍ଦ୍ଦେଶ୍ୟ । ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିବାପରେ ଆପଣମାନେ ପଡୋଶୀ,ଗାଁଲୋକ କିମ୍ବ ନିଜର ଲୋକମାନଙ୍କୁ ମଧ୍ୟ ସନ୍ଦେହ ନଜରରେ ଦେଖିବେ ବା କେବେହେଲେ ବିଶ୍ୱାସ କରିବେନାହିଁ । ଆଜ୍ଞା ହଁ ଆଜିକାଲି ସମାଜର ବୁଲୁଥିବା ଅସାମାଜିକ ବ୍ୟକ୍ତି ସମାଜର ଭଦ୍ର ମୁଖା ତଳେ ଲୁଛି ଏଭଳି କୁକର୍ମ ଘଟାଉଛନ୍ତି । ଯାହାର ଶୀକାର ପାଲଟିଛି ଜଣେ ଛୋଟ ୬ ବର୍ଷର ନାବାଳିକା ।

ନିକଟରେ ପାରାଦ୍ୱୀପ ଜିଲ୍ଲା ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ଏକ ୬ ବର୍ଷର ନାବାଳିକା କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ରବିବାର ରାତି ପ୍ରାୟ ୮.୩୦ ସମୟରେ ନାବାଳିକା ଜଣକ ଘର ପାଖରେ ହେଉଥିବା ବାହାଘର ଭୋଜି ରେ ବୁଲୁଥିବା ବେଳେ ଅଭିଯୁକ୍ତ ସନିଆ ବେହେରା ତାକୁ କୁରୁକୁରି ଦେବାକୁ କହି ନେଇଯାଇଥିଲା। କୁରୁକୁରି ଦେବା ସହିତ ନାବାଳିକା କୁ କ୍ଲବ ଘର ପଛପଟେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘର ଲୋକ ଖୋଜାଖୋଜି କରି ନାବାଳିକା କୁ କ୍ଲବ ନିକଟରୁ ଉଦ୍ଧାର କରିଥିଲେ ଏବଂ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଥିଲେ। ଅଭୟଚାନ୍ଦପୁର ଥାନା ପକ୍ଷରୁ କେସ ନମ୍ବର ୨୬/୨୦୨୩ ଓ ଦଫା ୩୭୬ଇଈ, ୨୯୪ , ୩୨୩ ଓଚଉ ଓ ୬ ଚକ୍ଟମଗ୍ଦକ୍ଟ ଆକ୍ଟ ରେ କେସ ରୁଜୁ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାବାଳିକା ଙ୍କ ପଡୋଶୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *