ପ୍ରେମ କଲା ସ୍ୱାମୀ, ଜୀବନ ହାରିଦେଲା ସ୍ତ୍ରୀ
1 min readପାରାଦ୍ୱୀପ : ରାଗିଗଲା ରୋଜାଲିନ । ହାରିଦେଲା ଜୀବନ । ଅନ୍ୟ ଝିଅ ସହ ନିଜ ସ୍ୱାମୀ କୁ ଦେଖି ପାରିଲାନି ସ୍ତୀ । କେମିତି ବା ସହିବ ନିଜେବିତ ସେ ଗୋଟେ ଝିଅ । କେମିତି ନିଜ ସିନ୍ଦୁରକୁ ଆଉ କାହା ସହ ବାଣ୍ଟିପାରିବା । ଶେଷରେ ନିର୍ଯାତନା ସହି ନପାରି ହାରିଦେଲା ଜୀବନ । ଏଭଳି ଏକ ଘଟଣା ଘଟିଛି ପାରାଦୀପ୍ ଉପକଣ୍ଠ ନୂଆଗଡ଼ ଗ୍ରାମ ପଞ୍ଚାୟତ ବାଲିଡ଼ିଆ ଗ୍ରାମରେ ।
Husband wife
ପାରାଦୀପ୍ ଲକ୍ ଥାନା ରେ ରୋଜାଲିନର ମା ପୁଷ୍ପା ପ୍ରଧାନ କରିଥିବା ଲିଖିତ ଅଭିଯୋଗ କୁ ନେଇ ପୋଲିସ ଏବେ ଆରମ୍ଭ କରିଛି ତଦନ୍ତ । ଅଢେଇ ବର୍ଷ ତଳେ ରୋଜାଲିନ ଚୂନବେଲାରୀ ଗ୍ରାମର ରମେଶ ରଣାଙ୍କ ପୁଅ ହିମାଂଶୁ ରଣାଙ୍କୁ ପ୍ରଥମେ ଭଲ ପାଇ ଓ ପରେ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ହିମାଂଶୁ ଅନ୍ୟ ଏକ ଝିଅ ସହ ସମ୍ପର୍କ ରଖି ସମସ୍ତ ଅନ୍ତରଙ୍ଗ ସମୟର ଫଟୋ ଓ ଭିଡ଼ିଓ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଦେଖାଉଥିବା ଓ ରୋଜାଲିନ ଏହାକୁ ନେଇ ପ୍ରତିବାଦ ଅନେକ ଥର କରିଥିବା ମଧ୍ୟ ଜଣାପଡିଛି ।
ଗତ ୬ ମାସ ତଳେ ରୋଜାଲିନ ନିଜ ଶାଶୁ ଘରେ ଥିବା ସମୟରେ ତାର ବେକକୁ କାଟି ଦେଇଥିବା ଓ ସେବେ ଠାରୁ ରୋଜାଲିନ ନିଜ ମା ଙ୍କ ଘରେ ରହିଥିବା ମା ପୁଷ୍ପା ପ୍ରକାଶ କରିଛନ୍ତି । ହେଲେ ହିମାଂଶୁ ଦୁଇ ଦିନ ହେବ ରୋଜାଲିନ ପାଖକୁ ଯାଉଥିବା ତାକୁ ମାଡ ମାରିବା ଓ ଛାଡପତ୍ର କାଗଜ ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ଏବଂ ତାକୁ ରାତି ଅଧରେ ମାରିଦେଇଥିବା ପୁଷ୍ପା ଅଭିଯୋଗ କରିଛନ୍ତି । ରୋଜାଲିନ୍ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ନା ତାଙ୍କୁ ହିମାଂଶୁ ଆସି ମାରିଲେ ,ସେଇ ଘଟଣା କୁ ନେଇ ଲକ୍ ଥାନା ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।