Pratidin TV

Odisha's Digital News Platform

୮୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କଲା ପାରାଦ୍ୱୀପ ମୁନସିପାଲିଟି ।

1 min read

ଚଳିତ ୨୦୨୪/୨୫ ବର୍ଷ ପାଇଁ ପାଖାପାଖି ୮୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ପାରାଦ୍ୱୀପ ପୌରପରିଷଦ। ଶନିବାର ଆୟୋଜିତ ବଜେଟ ଅଧିବେଶନ ରେ ସାଧାରଣ ଲୋକଙ୍କ ମତାମତକୁ ନେଇ ବିକଶିତ ପାରାଦ୍ୱୀପ ଗଠନ କୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ବଜେଟ ରେ ଶୁଦ୍ଧ ପାନୀୟଜଳ, ଡ୍ରେନେଜ ସୁବିଧା, ବର୍ଷାଜଳ ନିଷ୍କାସନ, ସ୍ମାର୍ଟ ପାର୍କ, ରାସ୍ତା ବିଦ୍ୟୁତିକରଣ, ସ୍ବତନ୍ତ୍ର ଟ୍ରକ ଟର୍ମିନାଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁ ପ୍ରାଧାନ୍ୟ ଦିଆଯାଇଛି।

ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବଜେଟ ଅଧିବେଶନ ରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଙ୍କ ସମେତ ସମସ୍ତ ପାରିଷଦ ଓ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ବିଧାୟକ ଓ ସାଂସଦ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ନୂତନ ଭର୍ତ୍ତା କାର୍ଡ ପ୍ରଦାନ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *