Pratidin TV

Odisha's Digital News Platform

ପାରାଦୀପ ପୋଲିସ ହାତରେ ଗୋମାଂସ ଚାଲାଣକାରୀ…ପରିବା ବସ୍ତାରେ ହେଉଛି ଗୋମାଂସ ଚାଲାଣ!

1 min read

ବଢ଼ିବାରେ ଲାଗିଛି ବେଆଇନ ଚୋରା ଚାଲାଣ | ଚାଲାଣ ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି | ଏପରି ଖବର ନୂଆ ନୁହେଁ | ତେବେ ହିନ୍ଦୁ ପ୍ରଥା ଅନୁଯାୟୀ ଗାଈ ତଥା ଗୋମାତା କରାଯାଏ ପୂଜା | ତଥାପି କିଛି ଲୋକ ପଇସା ଲୋଭରେ ଭୁଲିଯାଉଛନ୍ତି | କରୁଛନ୍ତି ଗୋମାଂସ ଚାଲାଣ | ତେବେ ପରିବା ଓ ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଗାଡି ଭିତରେ ଚାଲାଣ ହେଉଛି ଗୋମାଂସ । ବନ୍ଦର ୪ ନମ୍ବର ଗେଟ ନିକଟରୁ ଆଇଚର ଗାଡି ଜବତ କରିଛି ପାରାଦ୍ୱୀପ ପୋଲିସ l ଏହି ଗାଡିଟିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଖବର ପାଈ ବଜରଙ୍ଗ ଦଳର କର୍ମୀମାନେ ପାରାଦ୍ୱୀପ ପୋଲିସକୁ ଖବର ଦେବା ସହିତ ବନ୍ଦର ୪ ନମ୍ବର ଗେଟ ନିକଟରେ ଗାଡିକୁ ଅଟକାଇଥିଲେ l ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଉପସ୍ଥିତ ରେ ଗାଡି ଭିତରେ ଖୋଜାଖୋଜି କରିବା ପରେ କିଛି କାର୍ଟୁନ ରେ ଗୋମାଂସ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା l

ତେବେ ଆଦର୍ଶ ଥାନା ପୋଲିସ ଗାଡିଟିକୁ ଥାନାକୁ ଆଣିଵା ସହିତ ଗାଡିଟି କେଉଁଠୁ ଆସିଥିଲା ଓ କେଉଁଠିକୁ ଯାଉଥିଲା ଏହାର ତଦନ୍ତ ଆରମ୍ଭ କରିଛି l ଭାଇଜାଗ୍ ରୁ ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏହି ଗାଡିରେ ୨୪ଟି ସାମଗ୍ରୀ ଯାଉଥିବା ଲିଷ୍ଟ ରହିଛି । ମାତ୍ର ଲିଷ୍ଟ ବାହାରେ ସୋଲ ପେଟି ଭିତରେ ସିଲ୍ ହୋଇ ଗୋମାଂସ ରହିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ପାରାଦ୍ୱୀପ ବନ୍ଦର ମଧ୍ଯକୁ ଗୋମାଂସ ଚାଲାଣ ହେଉଥିବା ସନ୍ଦେହ କରାଯାଉଥିବା ବେଳେ ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଗାଡ଼ିରେ ଗୋମାଂସ ଚାଲାଣ ଘଟଣାକୁ ନେଇ ବଜରଙ୍ଗ ଦଳର କର୍ମୀମାନେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି l ଗୋମାଂସ ଚାଲାଣ ଗାଡି ବିଷୟରେ ପୋଲିସ ତରଫରୁ ଘଟଣା ର ପର୍ଦ୍ଦାଫାଶ କରିବାକୁ ଅନୁରୋଧ କରିବା ସହିତ ଏହି ଘଟଣା ନୂଆ ନୁହେଁ ଏଭଳି ଘଟଣା ପୂର୍ବରୁ ହେଉଥିବା ବେଳେ ଆଜି ଧରା ପଡ଼ିଥିବା ନେଇ କହିଛନ୍ତି ବଜରଙ୍ଗ ଦଳର କର୍ମୀ l

Leave a Reply

Your email address will not be published. Required fields are marked *