Pratidin TV

Odisha's Digital News Platform

ବାଇକ୍‌କୁ ଘୋଷାଡି ଫୁଟ୍‌ ପାଥ୍‌ରେ ଚଢିଗଲା ଟ୍ରକ, ଆଖିବୁଜିଲେ ଚାଳକ ….

1 min read

ପାରାଦୀପ : ପାରାଦୀପ ତାରିଣିଗଡା ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା କୁ ନେଇ ଚାଲିଯାଇଛି ଏକ ନିରୀହ ଜୀବନ । ଅଠରବାଙ୍କୀରୁ ଦୋଛକି ଆଡକୁ ଆସୁଥିବା OD21F6226 ନମ୍ବର ବିଶିଷ୍ଟ ଟ୍ରକ ଟି ଦ୍ରୁତ ଗତିରେ ଆସି ସାମ୍ନାରେ ଯାଉଥିବା OD21F6226 ନମ୍ବର ବିଶିଷ୍ଟ ବାଇକ କୁ ଘୋଷାଡ଼ି ଫୁଟପାଥ ଉପରେ ଦଳି ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Advertisement

ତେବେ ମୃତ୍ୟୁ ବରଣ କରିଥିବା ବାଇକ ଚାଳକ ଙ୍କ ଘର ନାଉଗାଁ ଅଞ୍ଚଳ ରେ ହୋଇଥିବା ବେଳେ ସେ ତାରିଣିଗଡା ଗିରିଧାରୀ ଛକରେ ରହୁଥିବା ନେଇ ଖବର ହସ୍ତଗତ ହୋଇଛି । ମୃତକ ଙ୍କ ନାମ ସରବା ହାତୀ ବୋଲି ସୂଚନା ମିଳିଛି, ସେ ଟ୍ରକ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିଛି ।

Leave a Reply

Your email address will not be published. Required fields are marked *