Pratidin TV

Odisha's Digital News Platform

ବରଡା ଘର ତଳେ ସରକାରୀ ସାହାଯ୍ୟ ଅପେକ୍ଷାରେ ରୋଗିଣୀ ମଞ୍ଜୁଳା

1 min read

ପରଜଙ୍ଗ : ଏକ ଦଶନ୍ଧୀ ହୋଇ ଗଲାଣି ଘାଣ୍ଟି ହେଉଛନ୍ତି ଜୀବନର ପ୍ରଭାତ ପ୍ରହରୁ । ପିଲା ବେଳର ପିଲାଳିଆମୀ କଣ ସିଏ ଜାଣିଲାନି , ବୟସର ଅପରାହ୍ନରେ ସାହାଯ୍ୟ ଟିକେ ପାଇଁ ଆଜିବି ଅପେକ୍ଷାରେ ଅନାଇ ବସିଛନ୍ତି ମଞ୍ଜୁଳା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପସି ଗ୍ରାମର ନାଉରି ନାଏକଙ୍କ ଝିଅ ମଞ୍ଜୁଳା ନାଏକ ବୟସ ଆସି ୫୦ ରେ ପହଞ୍ଚିଲାଣି ନା ମିଳିପାରୁଛି ସାହାଯ୍ୟ ନା ସହଯୋଗ ।

ମଞ୍ଜୁଳା ଜଣେ ମାନସିକ ଭିର୍ଣ୍ଣକ୍ଷମ,ମାନସିକ କାରଣରୁ କେତେବେଳେ ଯେ କୁଆଡେ ପଳାଇଯାଉଛନ୍ତି ଖୋଜି ଖୋଜି ଘର ଲୋକ ନୟାନ୍ତ । ଚାଳ ଛପର ଘରେ ବିତୁଛି ଜୀବନ,ବାପା ନାଉରି ନାଏକ ମା ରାଇଜ ନାଏକ ବାପା ନାଉରି ଦିନମଜୁରିଆ ଅଟନ୍ତି ମଜୁରୀ ଲାଗିଲେ ଯାହା ଦୁଇ ପଇସା ଆସିଲେ ପରିବାର ଚଳେ ପେଟକୁ ଦାନା ପଡେ । ହେଲେ ସିଏବି ଆସି ୭୦ ବୟସରେ ପହଞ୍ଚିଲେଣି ସିଏ ବା ଆଉ କଣ କରି ପାରିବେ ।

Advertisement

ବାପା କହନ୍ତି ଝିଅ ମୋର ମଞ୍ଜୁଳା ଜନ୍ମରୁ ଭିର୍ଣ୍ଣକ୍ଷମ ହେଲେ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ି ଗୁହାରୀ କରିବା ପରେ ମଧ୍ୟ ନିରାଶ ହୋଇ ହାରମାନିଛନ୍ତ ବୃଦ୍ଧ ବାପା ନାଉରି । ସ୍ଥାନୀୟ ପ୍ରଶାସନ କୌଣସି ସୁବିଧା ଏ ପର୍ଯ୍ୟନ୍ତ ଯୋଗାଇ ଦେଇନାହାନ୍ତି, ଏ ପର୍ଯ୍ୟନ୍ତ ପ୍ରଶାସନ ନଜରକୁ ମଧ୍ୟ ଆସିନି ମଞ୍ଜୁଳାଙ୍କ ଦୟନିୟ ପରିସ୍ଥିତି । ଏ ନେଇ ବାପା ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ଝିଅକୁ ମାନସିକ ଭିର୍ଣ୍ଣକ୍ଷମ ଭତା ସାଙ୍ଗକୁ ରାସନ କାର୍ଡ ରେ ଚାଉଳ ଏବଂ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେଲେ ଘର ଚଳି ଯାଆନ୍ତା ବୋଲି ମଞ୍ଜୁଳାଙ୍କ ବାପା ପ୍ରଶାସନଙ୍କୁ ଦୁଃଖ ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ମଞ୍ଜୁଳାଙ୍କ ପରିସ୍ଥିତି ଉପରେ ଦୃଷ୍ଟି ପକାଉଛ ପ୍ରଶାସନ ।

Leave a Reply

Your email address will not be published. Required fields are marked *