Pratidin TV

Odisha's Digital News Platform

ନୃଶଂସ ବାପା ମା’ ; ଗର୍ଭବତୀ ଝିଅକୁ ଜୀବନରୁ ମାରିଦେବାକୁ କରୁଥିଲେ ଉଦ୍ୟାମ ..

1 min read

କେନ୍ଦୁଝର : ନିଜର ହିତାହତ ଜ୍ଞାନ ହରାଇରେ ନୃଶଂସ ବାପା ମା । ଗର୍ଭବତୀ ଝିଅର ଜୀବନ ନେବାକୁ ଉଦ୍ୟାମ କରି ବିଫଳ ହୋଇଛନ୍ତି ।

ପ୍ରେମ ବିବାହ କରିବାରୁ ନିଜ ଗର୍ଭବତୀ ଝିଅକୁ ଜୀବନରୁ ଶେଷ କରିଦେବା ପାଇଁ ବାପା ମାଆ ଝିଅକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଏବେ କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଗର୍ଭବତୀ ଝିଅକୁ ଉଦ୍ଧାର କରି ୧୦୮ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ରହିଥିବାରୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ପଞ୍ଚାୟତର କୁମୁଳାବାହାଳି ଗ୍ରାମରେ ।

Advertisement

ସୂଚନା ଅନୁଯାୟୀ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମର ସୁଜାତା ମହାନ୍ତ ନାମ୍ନୀ ଜଣେ ଯୁବତୀଙ୍କୁ କୁମୁଳାବାହାଳି ଗ୍ରାମର ଶରତ ମହାନ୍ତ ନାମକ ଜଣେ ଯୁବକ ଭଲ ପାଇ ବାହା ହେଇଥିବା ବେଳେ ରବିବାର ଦିନ ଝିଅ ଘରଲୋକଙ୍କ ଅନିଚ୍ଛା ସତ୍ତ୍ବେ କୁମୁଳାବାହାଳି ଗ୍ରାମରେ ପୁଅ ଘର ପକ୍ଷରୁ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ତେବେ ସୋମବାର ସକାଳେ ଝିଅର ବାପା ମାଆ କୁମୁଳାବାହାଳି ଗ୍ରାମରେ ପହଞ୍ଚି ନିଜ ଇଚ୍ଛାରେ ପ୍ରେମ ବିବାହ କରିଛୁ କହି ଝିଅକୁ ମରଣାନ୍ତକ ଆକ୍ରମଣ କରିବାରୁ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଝିଅର ବାପା ମାଆଙ୍କୁ ଅଟକ ରଖି ଝିଅକୁ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ଏନେ ପରିବାର ପକ୍ଷରୁ ପୁଅର ବାପା ରାମଚନ୍ଦ୍ର ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଯୁବତୀ ଜଣଙ୍କ ୪ ମାସର ଗର୍ଭବତୀ ଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପାଟଣା ପୁଲିସ ଘଟଣାର ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *