Pratidin TV

Odisha's Digital News Platform

ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ପଛରେ କୋଚିଂସେଣ୍ଟର ନୁହେଁ ରହିଛି ଅଭିଭାବକଙ୍କ ଚାପ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୱାର୍ଡରେ ପିତାମାତଙ୍କ ତୀବ୍ର ପ୍ରତିଯୋଗିତା ଏବଂ ଚାପ ସାରା ଦେଶରେ ଜୀବନ ହାରିବାର ସଂଖ୍ୟା ବୃଦ୍ଧି ହେବାର ମୁଖ୍ୟ କାରଣ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ନିକଟରେ ରାଜସ୍ଥାନର କୋଟା ସହରରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଜୀବନହାରିବା ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଥିଲା । କେବଳ କୋଟା ନୁହେଁ କମ୍ ବୟସର ଛାତ୍ରଛାତ୍ରୀମାନେ ଅନେକ ସ୍ଥାନରେ ଜୀବନ ହାରୁଥିବା ବିଷୟ ଚିନ୍ତାଜନକ ହୋଇପଡ଼ିଥିବା ବେଳେ ଏହାପଛର ମୁଖ୍ୟ କାରଣ ଅଭିଭାବକ ବୋଲି ସୁପ୍ରିମକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ସ୍କୁଲ ଏବଂ କଲେଜରେ ଏବେ ବିଭିନ୍ନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଉପରେ ବାପାମାଆଙ୍କ ଚାପ ଏହାର ବଡ଼ କାରଣ ପାଲଟିଛି ବୋଲି ଏସି କହିଛନ୍ତି ।

ଆଜିକାଲି ସାରା ଦେଶରେ ପାଠର କମ୍ପିଟିସନ ପାଇଁ ଅନେକ କୋଚିଂ ଅନୁଷ୍ଠାନ ବଢି ଚାଲିଥିଲା ବେଳେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଛତୁ ଫୁଟିବା ଭଳି ବଢି ଚାଲିଥିବା ଏହି କୋଚିଂ ଅନୁଷ୍ଠାନଗୁଡିକ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ଯାଚିକାର ଶୁଣାଣି କରି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଏସଭିଏନ୍ ଭଟ୍ଟିଙ୍କ ଦ୍ୱାରା ଖଣ୍ଡପୀଠରେ କହିଛନ୍ତି ଯେ ପିଲାଙ୍କ ଜୀବନ ହାରିବା ପଛରେ ବାପାମାଆଙ୍କ ଚାପ ମୁଖ୍ୟ କାରଣ ବୋଲି ଖଣ୍ଡପୀଠରେ କହିଛନ୍ତି।

ସେହିପରି କୋଚିଂ ଅନୁଷ୍ଠାନଗୁଡିକ ଉପରେ ରୋକ୍ ଲଗାଯିବାକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, କେବଳ ଏହି ଅନୁଷ୍ଠାନ କଥା ଚିନ୍ତାକଲେ କିଛି ଫଳ ମିଳିବ ନାହିଁ। ଆମକୁ ସ୍କୁଲ ସ୍ଥିତି ମଧ୍ୟ ଦେଖିବାକୁ ମିଳିବ। ଯେଉଁଠି ସ୍କୁଲଗୁଡିକରେ ବିଭିନ୍ନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି , ସେଠି ପିଲାମାନେ ନିଜକୁ ପ୍ରସ୍ତୁତ କରିବାକୁ କୋଚିଂ ସେଣ୍ଟର ଯିବା ସ୍ୱାଭାବିକ। କାରଣ ସେମାନଙ୍କ ପାଇଁ ଅନ୍ୟ ବିଳକ୍ପ ନାହିଁ। ତେଣୁ ସବୁ ଦିଗକୁ ବିଚାରକୁ ନେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *