ଅଭିଭାବକ ଭୋଟ ଦେଲେ ପିଲାଙ୍କୁ ମିଳିବ ଏକ୍ସଟ୍ରା ମାର୍କ
1 min readଭୋଟ ଦେବାକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପିଲାଙ୍କୁ ନେଇ ଆସିଲା ବଡ଼ ଖବର | ଏଣିକି ଅଭିଭାବକମାନେ ଭୋଟ ଦେଲେ ପିଲାଙ୍କୁ ମିଳିବ ଏକ୍ସଟ୍ରା ମାର୍କ | ଏଭଳି ଖବର ଏବେ ସାମ୍ନାକୁ ଆସିଛି | ଦେଶରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟର ଭୋଟ ଗ୍ରହଣ ସରିଛି | ଏଥିସହିତ ମେ ୨0ରେ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି | ଏଥିମଧ୍ୟରେ ନିର୍ବାଚନ ଆୟୋଗ ଭୋଟିଂ ପ୍ରତିଶତ ବଢାଇବା ପାଇଁ ଏବେ ନୂଆ ଉପାୟ ଆପଣାଇଛି | ମତଦାନ ହାର ବୃଦ୍ଧିରେ ସ୍କୁଲମାନେ ମଧ୍ୟ ଯୋଗଦାନ ଦେଉଛନ୍ତି |
ଏଣୁ ନିର୍ବାଚନ ଆୟୋଗ ଅନୁଯାୟୀ ଅଭିଭାବକମାନେ ଯଦି ଭୋଟ ଦିଅନ୍ତି ତେବେ ସେମାନଙ୍କ ପିଲାଙ୍କୁ ପରୀକ୍ଷା ଫଳାଫଳରେ ଅତିରିକ୍ତ ୧0 ପ୍ରତିଶତ ମାର୍କ ଏକ୍ସଟ୍ରା ଦିଆଯିବ ବୋଲି ଘୋଷଣା କରାଯାଇଛି | ସେହିପରି ନିର୍ବାଚନ ପକ୍ରିୟାରେ ଅଂଶଗ୍ରହଣ କରୁଥିବା ସ୍କୁଲ କର୍ମଚାରୀଙ୍କୁ ଗୋଟିଏ ଦିନର ଅତିରିକ୍ତ ବେତନ ପ୍ରଦାନ କରାଯିବ |
ତେବେ ୫ମ ପର୍ଯ୍ୟାୟ ମେ ୨0ରେ ଭୋଟ ଗ୍ରହଣରେ ଯେଉଁ ଛାତ୍ରଛାତ୍ରୀଙ୍କୁ ବାପା ମା ଭୋଟ ଦେବେ ସେମାନଙ୍କୁ ଅତିରିକ୍ତ ୧0 ନମ୍ବର ମିଳିବ | ଏହି ନମ୍ବର କୌଣସି ଗୋଟିଏ ବିଷୟରେ ଦିଆଯାଇପାରେ | ଅଥବା ସବୁ ବିଷୟକୁ ମିଶାଇ ମାର୍କ ଦିଆଯିବ | ମେ ୨0ରେ ୬ଟି ରାଜ୍ୟରେ ଭୋଟ ଗ୍ରହଣ ହେବ | ଏଥିରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଓଡିଶା, ଝାଡ଼ଖଣ୍ଡ, ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ନିର୍ବାଚନ ଆସନ ନିମନ୍ତେ ଭୋଟ ପଡିବ |