Pratidin TV

Odisha's Digital News Platform

ପରିକ୍ରମା ପ୍ରକଳ୍ପ ମାମଲାକୁ ଋଦ୍ଦ କଲେ ସର୍ବୋଚ୍ଚ କୋର୍ଟ: ଲାଗିଲା ଏତିକି ଟଙ୍କାର ଜୋରିମାନା

1 min read

ଭୁବନେଶ୍ୱର: ଶ୍ରୀମନ୍ଦିର ଉନ୍ନିତକରଣ ପାଇଁ ଚାଲିଥିବା ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କୁ ଲାଗିଛି ବଡ ଝଟକା । ଉଭୟ ଆବେଦନକାରୀଙ୍କ ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଆବେଦନ ରଦ୍ଦ କରାଯାଇଛି ।

ତେବେ ପରିକ୍ରମା ପ୍ରକଳ୍ପ ନେଇ ବେଆଇନ ଖନନ ଚାଲିଥିବା ଅଭିଯୋଗ ହୋଇଥିଲା । ଗତକାଲି ସବୁପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଓଡ଼ିଶା ସରକାରଙ୍କ ନିର୍ମାଣ ବିରୋଧରେ ଏସପିଏଲ କରିଥିଲେ ୨ ଜଣ ବ୍ୟକ୍ତି । ରହିତାଦେଶ ନଲଗାଇବାକୁ ପୂର୍ବରୁ କ୍ୟାଭିଏଟ କରିଥିଲେ ରାଜ୍ୟ ସରକାର ।

Advertisement

ମାମଲା ରଦ୍ଦ ସହ ଉଭୟଙ୍କ ପିଟିସନରଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବା ଏହି ଜରିମାନା ଲଗାଯାଇଛି ।

Leave a Reply

Your email address will not be published. Required fields are marked *