ଆଲିଆଙ୍କୁ କପି କଲେ ପରିଣୀତି, ଲେହେଙ୍ଗା ଠୁ ଆରମ୍ଭ କରି ବ୍ରାଇଡାଲ ଲୁକ ପର୍ଯ୍ୟନ୍ତ ସବୁଥିଲା ସମାନ…
1 min readମୁମ୍ବାଇ: ନିଜ ବିବାହ ପୋଷାକକୁ ନେଇ ଟ୍ରୋଲ ହେଲେ ପରିଣିତି । କିଆରା ଓ ଆଲିଆଙ୍କ ଭଳି ପୋଷାକ ପିନ୍ଧିଥିବା ନେଇ ଟ୍ରୋଲ କଲେ ଫ୍ୟାନ୍ସ । ଯାହାକୁ ୩ ମାସ ଧରି ତିଆରି କରିଥିଲେ ଡିଜାଇନର ମନିଷ ମାଲହୋତ୍ରା ।ତେବେ ନିକଟରେ ବଲିଉଡ୍ ଅଭିନେତ୍ରି ପରିଣୀତି ଚୋପ୍ର ଓ ଆପ ସାସଂଦ ରାଘବ ଚଢାଙ୍କ ବିବାହ ସରିଯାଇଛି । ଦୁହିଁଙ୍କ ବିବାହ ଫଟୋକୁ ଦେଖିବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ରାଘବ ଚଢାଙ୍କ ସହ ପରିଣୀତି ଚୋପ୍ରାଙ୍କ ବିବାହ ଫ୍ୟାଶନ କୁ ନେଇ ଚର୍ଚ୍ଚା ଜୋର ଧରିଛି । ହଁ ଆଜ୍ଞା ବାହାଘର ଗୋଟିଏ ଦିନ ପରେ ଦୁହେଁ ନିଜର ପୋଷାକ ପାଇଁ ଟ୍ରୋଲ ହୋଇଛନ୍ତି । ପରିଣିତି ଏକ କ୍ରମି ହ୍ୱାଇଟ କଲର ଲେହେଙ୍ଗା ପରିଧାନ କରିଥିଲେ । ଯାହା ତାଙ୍କ ଫ୍ୟାସନ ଡିଜାଇନଗର ମନୀଷ ମଲହୋତ୍ରାଙ୍କ ଦ୍ୱାରା ପରିକଳ୍ପିତ ହୋଇଥିଲା । କୁହାଯାଇଛି ଯେ ଏହି ଡିଜାଇନ ଆଲିଆଙ୍କ ଓ କିଆରା ଙ୍କ ବିବାହ ପୋଷାକ ଭଲି ସମାନ ଦେଖାଯାଉଥିଲା । ଖାଲି ପୋଷାକ ନୁହଁ ପରିଣୀତି ପିନ୍ଧିଥିବା ନେକଲେସ ଠୁ ଆରମ୍ଭ କର ବରଣ ମାଳା ପର୍ଯ୍ୟନ୍ତ ସବୁ କପି ହୋଇଥିବା କୁହାଯାଇଛି । ଯାହାକୁ ନେଇ ଦୁହେଁ ଟ୍ରୋଲ ହୋଇଛନ୍ତି । ଏଥିରେ ପ୍ୟାନ୍ସ ମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ସେମାନେ କହିଛନ୍ତି ଯେ ପରିଣିତି ଚୋପ୍ରା ଆଲିଆଙ୍କ ଠାରୁ ଲେହେଙ୍ଗା କପି କରିଥିବା ବେଳେ ସେ ବେକରେ ପିନ୍ଧିଥିବା ନେକଲେସ କିଆରାଙ୍କ ଠାରୁ କପି କରିଛନ୍ତି ବୋଲି । ଖାଲି ସେତିକି ନୁହେଁ ଏମାନଙ୍କ ବରଣ ମାଳା ଢମଧ୍ୟ ଆଲିଆ ଓ ରଣବୀରଙ୍କ ଠାରୁ କପି ହୋଇଛି ବୋଲି କୁହାଯାଇଛି ।