Pratidin TV

Odisha's Digital News Platform

ପରୀଣିତୀଙ୍କ କରୱାଚୌଥ ବ୍ରତ ଭାଙ୍ଗି ପାଣି ପିଆଇଲେ ସ୍ବାମୀ ରାଘବ..

1 min read

ରବିବାର (20 ଅକ୍ଟୋବର) ରେ ସେଲିବ୍ରିଟିମାନେ ଧୁମଧାମରେ କରୱାଚୌଥ ପାଳନ କରିଛନ୍ତି । ବଲିଉଡରୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲବ୍ରିଟିମାନେ ନିଜ ସ୍ବାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ତେବେ ଏହି ଅବସରରେ ମୁମ୍ବାଇର ଅନୀଲ କପୁରଙ୍କ ଘରେ ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଏବଂସେଠାରେ ସମସ୍ତ ବଲିଉଡ ଅଭିନେତ୍ରୀ  ସେଠାରେ ପହଞ୍ଚିଥିଲେ।

ଏହି ସମୟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଦିଲ୍ଲୀରେ ଥିବା ତାଙ୍କ ଶାଶୂଙ୍କ ଘରକୁ ଆସିଥିଲେ। ଏଠାରେ ସେ ତାଙ୍କ ସ୍ୱାମୀ ତଥା ଆପ୍‌ ନେତା ରାଘବ ଚାଢ଼ାଙ୍କ ହାତରେ ନିଜର ଉପବାସ ଭାଙ୍ଗିଥିଲେ। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisement

ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ବିବାହ କରିଥିଲେ। ସେମାନଙ୍କ ବିବାହର ଏକ ବର୍ଷ ବିତିଗଲାଣି। ଏଥର ଥିଲା ତାଙ୍କର ଦ୍ୱିତୀୟ କରବାଚୌଥ । ଯେଉଁଥିପାଇଁ ସେ ଉପବାସ କରିଥିଲେ। ଯେତେବେଳେ ସେ ତାଙ୍କ ଶାଶୂ ଘରେ ପହଞ୍ଚିଲେ, ତାଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ସେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଛନ୍ତି।

ଗତବର୍ଷ କରବାଚୌଥରେ ପରୀଣିତୀ ଚୋପ୍ରା ଏକ ମେରୁନ୍‌ ରଙ୍ଗର ପୋଷାକ ପିନ୍ଧିଥିଲେ। ଏଥର ତାଙ୍କୁ ଗୋଲାପୀ ସାଲୱାର ସୁଟରେ ଦେଖିବାକୁ ମିଳିଥିଲା। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋଗୁଡ଼ିକରେ ଅଭିନେତ୍ରୀ ନିଜ ମେହେନ୍ଦୀ ଓ ସ୍ବାମୀ ରାଘବ ତାଙ୍କୁ ସିନ୍ଦୂର ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *