Pratidin TV

Odisha's Digital News Platform

ଫାଷ୍ଟଫୁଡ ଖାଇ ବଢାଇଥିଲେ ୧୫ କେ.ଜି, ଏବେ ଓଜନ କମାଇବା ପାଇଁ କରୁଛନ୍ତି କସରତ…

1 min read

ଫିଲ୍ମ ଚମକିଲା ପରେ ଆଜିକାଲି ନିଜର ଓଜନ କମାଇବାରେ ବ୍ୟସ୍ତ ଅଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟି ନେତା ରାଘବଙ୍କୁ ବିବାହ ପରେ ପରିଣୀତି ବର୍ତ୍ତମାନ ତାଙ୍କ ଶାଶୁଘର ଦିଲ୍ଲୀରେ ରହୁଛନ୍ତି । ଏହି ସମୟରେ ଅଭିନେତ୍ରୀ ବର୍ତ୍ତମାନ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମରେ ୱାର୍କଅ୍ଧମଙ୍କ କରୁଥିବାର ନଜର ଆସିଛନ୍ତି । ତେବେ ବିବାହ ପରେ ପୁଣିଥରେ ଅଭିନେତ୍ରୀ ପରିଣୀତି ପରଦାକୁ ଫେରିଛନ୍ତି । ତେବେ ନିକଟରେ ଅକ୍ଷୟ କୁମାରଙ୍କ ସହ ‘ମିଶନ ରାନିଗଞ୍ଜ’ରେ ପାରିନୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଯାହା ପରଦାରେ ଏକ ଫ୍ଲପ୍ ବୋଲି ପ୍ରମାଣିତ ହେଲା । ପରେ ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ୱର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଚାମକିଲା’ରେ ନଜର ଆସିବେ । ଏହି ସିନେମାରେ ଚମକିଲାଙ୍କ ଭୂମିକାରେ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ ରହିଥିବା ବେଳେ ଚମକିଲାଙ୍କ ପତ୍ନୀ ଅମରଜୋତ କୌରଙ୍କ ଚରିତ୍ରରେ ପରିଣୀତ ଅଭିନୟ କରିଛନ୍ତି ।

ଇମତିୟାଜ ଅଲୀ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନିଜର ଭୂମିକାକୁ ଜୀବନ୍ତ କରିବା ଲାଗି ପରିଣୀତିଙ୍କୁ ୧୫ କିଲୋଗ୍ରାମ୍ ଓଜନ ବଢ଼ାଇବାକୁ ପଡ଼ିଥିଲା । ଚଳଚ୍ଚିତ୍ରଟିର ସୁଟିଂ ସରିଲା ପରେ ସେ ଏବେ ଓଜନ କମାଇ ନିଜର ପୂର୍ବାବସ୍ଥା ଫେରି ପାଇବା ଲାଗି ନିୟମିତ ଜିମ ଯାଇ କସରତ କରୁଛନ୍ତି । ଯାହାର ଏକ ଭିଡିଓ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରି ସ୍ପଷ୍ଟ କରିଛନ୍ତି । ଏହି ସମୟରେ ସେ ‘ଚାମକିଲା’ ପାଇଁ ୧୫ କିଲୋଗ୍ରାମ ହାସଲ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି । ସେୟାର୍ ହୋଇଥିବା ଭିଡିଓରେ ସେ ଲେଖିଛନ୍ତି- ‘ମୁଁ ଗତ ବର୍ଷ ୬ ମାସ ରହମାନ ସାରଙ୍କ ଷ୍ଟୁଡିଓରେ ଗୀତ ଗାଉଥିଲି । ଘରକୁ ଫେରି ୧୫ କିଲୋଗ୍ରାମ ଓଜନ ବୃଦ୍ଧି ପାଇଁ ଯଥାସମ୍ଭବ ଫାଷ୍ଟଫୁଡ ଖାଉଥିଲି । ସଙ୍ଗୀତ ଏବଂ ଖାଦ୍ୟ ମୋର ନିତ୍ୟକର୍ମ ଥିଲା । ବର୍ତ୍ତମାନ ଫିଲ୍ମ ନିର୍ମାଣ ଶେଷ ହୋଇସାରିଥିବା ବେଳେ ପୁନର୍ବାର ମୁ ମୋର ଓଜନ କମାଇ ପୂର୍ବ ପରି ଦେଖାଯିବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *