ପ୍ୟାରିସ ଅଲିମ୍ପିକ୍ସ: ଭାରତର ପ୍ରଥମ କୁସ୍ତି ପଦକ, ପଦାର୍ପଣରେ ବ୍ରୋଞ୍ଜ ଜିତିଲେ ଅମନ୍
1 min readଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ କୁସ୍ତିରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଅନ୍ୟ ଜଣେ ପ୍ରତିଭାବାନ୍ କ୍ରୀଡ଼ାବିତ ଅମନ ଶେରାଓ୍ବତ। ପଦାର୍ପଣ ଅଲିମ୍ପିକ୍ସରେ ସେ ଐତିହାସିକ ସଫଳତା ହାସଲ କରିବା ସହିତ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଅମନଙ୍କ ଏହି ସଫଳତା ପରେ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପଦକ ତାଲିକାରେ ଭାରତ ୬୫ତମ ସ୍ଥାନରେ ରହିଛି।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ରେସ୍ଲର ଅମନ ସେରାଓ୍ବତ୍। ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମନ୍ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ରେ ପୁଏର୍ଟାରିକୋର କ୍ରୁଜ ଡାରିଆନ୍ ଟୋଇଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ କୁସ୍ତିରୁ ଏହାର ପ୍ରଥମ ପଦକ ଜିତିବାରେ ସଫଳ ହୋଇଛି। ସେହିପରି ଅମନ (୨୧ ବର୍ଷ) ଅଲିମ୍ପିକ୍ସରେ ସର୍ବକନିଷ୍ଠ ପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି।
ଅମନ ସେହରାଓ୍ଵତ କୁସ୍ତି ଦୁନିଆରେ ଅତି ଶୀଘ୍ର ନିଜ ନାଁକୁ ଯୋଡ଼ିଛନ୍ତି। ସେ ୨୦୨୧ରେ ପ୍ରଥମ ଥର ପାଇଁ ଜାତୀୟ ଚାମ୍ପିୟନସିପ୍ ଟାଇଟଲ ଜିତିଥିଲେ ଏବଂ ୨୦୨୨ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୩ରେ ସେ କାଜାଖସ୍ତାନର ଆସ୍ତାନାଠାରେ ଅନୁଷ୍ଠିତ ଏସୀୟ କୁସ୍ତି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ୨୦୨୪ ଜାଗ୍ରେବ ଓପନରେ ଚାଇନାର ଜୋ ୱାନହାଓଙ୍କୁ ୧୦-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।