Pratidin TV

Odisha's Digital News Platform

ସଂସଦ ଆକ୍ରମଣକୁ ପୂରିଲା ୨୨ବର୍ଷ, ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପିଏମ ମୋଦୀଙ୍କ ସମେତ ଅନେକ ନେତା…

1 min read

ସେଦିନ ଥିଲା ୨୦୦୧ ଡିସେମ୍ବର ୧୩ ତାରିଖ । ସାରା ଭାରତୀୟଙ୍କ ପାଇଁ ଏକ ଅଶୁଭ ଦିନ । ଏହି ଦିନ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର କୁହାଯାଉଥିବା ସଂସଦ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁ ଆକ୍ରମଣରେ ସହିଦ ହୋଇଥିଲେ ଦେଶର ୯ ଜଣ ସାହାସୀ ସୈନିକ । ତେବେ ଆଜି ଏହି ଦିନନକୁ ବିତିଯାଇଛି ୨୨ ବର୍ଷ । ହେଲେ ଆଜି ବି ମନେ ପଡିଯାଏ ସେହି କଳାଦିନର କାହାଣୀ । ତେବେ ୨୦୦୧ ସଂସଦରେ ହୋଇଥିବା ସେହି ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜଗଦୀପ ଧନଖରଙ୍କ ସମେତ ଅନେକ ନେତା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦମାନଙ୍କ ପରିବାରବର୍ଗଙ୍କୁ ଭେଟି ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଦନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା,କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଶହୀଦ ଯାବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହାବ୍ୟତୀତ ସଂସଦ ଆକ୍ରମଣର ବାର୍ଷିକୀ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଟ୍ୱିଟ କରି କହିଛନ୍ତି ୨୨ ବର୍ଷ ପୂର୍ବେ ଏହି ଦିନ ଦେଶର ମୂକ୍ୟ ରାଜନୈତିକ ନେତୃତ୍ୱ ମାନଙ୍କୁ ହତ୍ୟା କରିବା ପାଇଁ ଓ ଆମ ଗଣତନ୍ତ୍ରର ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ଯୋଜନାକୁ ଆମ ବୀର ସୁରକ୍ଷା କର୍ମୀ ମାନେ ପଣ୍ଡ କରିଦେଇଥିଲେ । ଯେଉଁଥିରେ ମାତୃଭୁମି ପାଇଁ ୯ ଜଣ ପ୍ରାଣବଳୀ ଦେଇଥିଲେ । ତେଣୁ ଦେଶ ସର୍ବଦା ସେମାନଙ୍କ ନିକଟରେ ଋଣୀ ହୋଇ ରହିବ ।

Leave a Reply

Your email address will not be published. Required fields are marked *