Pratidin TV

Odisha's Digital News Platform

ସଂସଦରେ ସୁରକ୍ଷା ଭଙ୍ଗ ଘଟଣାରେ ୮ କର୍ମଚାରୀ ହେଲେ ନିଲମ୍ବିତ..

1 min read

ଗତକାଲି ସଂସଦରେ ଘଟିଥିବା ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ଲୋକସଭା ସେକ୍ରେଟାରିଏଟ ଦ୍ୱାରା ନିଲମ୍ବିତ କରାଯାଇଛି । ସେମାନେ ହେଲେ ରାମପାଲ, ଅରବିନ୍ଦ, ବୀରଦାସ, ଗଣେଶ,ଅନୀଲ ପ୍ରତୀପ, ବିମିଡ, ନରେନ୍ଦ୍ର ବୋଲି କୁହାଯାଉଛି । ସେହିଭଳି ସଂସଦ ସୁରକ୍ଷା ଅବନତି ଘଟଣାରେ ଦିଲ୍ଲୀ ପୋଲିସ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ଏହାପରେ ଦୁଇ ଯୁବକ ଭିତରେ ଏକ ହଳଦିଆ ଗ୍ୟାସ ସ୍ପ୍ରେ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *