Pratidin TV

Odisha's Digital News Platform

ସଂସଦରେ ସ୍ୱତନ୍ତ୍ର ଅଧିବେଶନ ହେଲା ଆରମ୍ଭ

1 min read

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଛି । ଆରମ୍ଭରୁ ଜି-୨୦ ସଫଳ ଆୟୋଜନ ହୋଇଥିବା ନେଇ ବାଚସ୍ପତି କହିଛନ୍ତି । ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ ଯୋଗୁଁ ଆୟୋଜନ ସଫଳ ହୋଇ ପାରିଛି ।ଭାରତର ପ୍ରତିଷ୍ଠା ସାରା ବିଶ୍ୱରେ ଉଚ୍ଚ ହୋଇସାରିଛି ୋବଲି କହିଛନ୍ତି ବାଚସ୍ପତି ।କାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୫ଦିନ ଧରି ଚାଲିବ ଏହି ଅଧିବେଶନ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି । ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତନ କରିବାକୁ ନେଇ ଦାବି କରିଛନ୍ତି ବିରୋଧୀ । ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହିସାରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *