Pratidin TV

Odisha's Digital News Platform

ହଙ୍ଗାମା କରି ଆଜି ୩୩ ସାଂସଦ ହେଲେ ସସପେଣ୍ଡ,ଚଳିତ ଶୀତକାଳୀନ ଅଧିବେଶନରେ ଆଉ ହୋଇପାରିବେନି ସାମିଲ..

1 min read

ଆଜି ବି ସଂସଦର ଶୀତକାଳୀନ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ୩୩ ସାଂସଦ ସସପେଣ୍ଡ । ଲୋକସଭାରେ ହଙ୍ଗାମା କରିବା କାରଣରୁ ୩୩ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଲୋକସଭାରେ ଅଧିବେଶନ ଚାଲୁଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଆଉ ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଗୃହରେ କ୍ରମାଗତ ଭାବରେ ହଙ୍ଗାମା କରିବା ସହ ବାଚସ୍ପତିଙ୍କ କଥା ନ ମାନିବାରୁ ସାଂସଦଙ୍କ ବିରୋଧରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ଶୁକ୍ରବାର ମଧ୍ୟ ବାଚସ୍ପତି ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଆଜଗିର ମିଶାଇ ମୋଟ ୪୭ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ବାଚସ୍ପତିଙ୍କ ଦ୍ୱାରା ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ନାମ ମଧ୍ୟ ରହିଛି । ଏଥିସହ କଂଗ୍ରେସ ଏବଂ ଟିଏମସି ସମେତ ଅନେକ ବିରୋଧୀ ଦଳର ସାଂସଦଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଦୟାନିଧି ମାରନ ଏବଂ ସୋଗତ ରାୟ ମଧ୍ୟ ନିଲମ୍ବିତ କରାଯାଇଛି । ଆଜି ନିଲମ୍ବିତ ହୋଇଥିବା ସାଂସଦମାନେ ହେଲେ କଲ୍ୟାଣ ବାନାର୍ଜୀ , ଏ ରାଜା , ଦୟାନିଧି ମାରନ, ଅପରୂପ ପୋଦାର, ପ୍ରସୂନ ବାନର୍ଜୀ, ଇଟି ମହମ୍ମଦ, ବଶିର ଜି ସେଲଭାଲମ୍ ଅନ୍ନଦୁରାଇ ପ୍ରମୁ୍‌ଖ ସାଂସଦ ରହିଛନ୍ତି । ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ସଂସଦର ସୁରକ୍ଷା ଭଙ୍ଗକୁ ବିରୋଧ କରିଥିଲେ । ସେଠାରେ ଅନେକ ସାଂସଦ ଥିଲେ ଯେଉଁମାନେ ପ୍ଲାକାର୍ଡ ସହିତ ବିରୋଧ କରିବାକୁ ଆସିଥିଲେ । ଏହି ସମସ୍ତ ସାଂସଦଙ୍କୁ ଗୃହର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ କରାଯାଇଛି । ଏଥି ସହ ଲୋକସଭା ସାଂସଦ ଅବଦୁଲ ଖାଲିକ, ବିଜୟ ବସନ୍ତ ଏବଂ କେ ଜୟକୁମାରଙ୍କୁ ନିଲମ୍ବନ ମାମଲା ଅଧିକାର କମିଟି ନିକଟକୁ ପଠାଯାଇଛି । ବିରୋଧୀ ସାଂସଦମାନେ ଜିଦ୍ ଧରିଛନ୍ତି ଯେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସଂସଦ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଗୃହରେ ଏକ ବିବୃତ୍ତି ଦିଅନ୍ତୁ । ଅନ୍ୟପକ୍ଷରେ ସରକାର କହିଛନ୍ତି ଯେ ସଂସଦର ସୁରକ୍ଷା ଲୋକସଭା ବାଚସ୍ପତିଙ୍କ ଅଧୀନରେ ରହିଛି । ବାଚସ୍ପତି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି ଏବଂ ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଏହା ସହିତ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେନେଇ ମଧ୍ୟ ଏହି କମିଟି କାର୍ଯ୍ୟ କରୁଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମଧ୍ୟ ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋର୍ଟ ସମସ୍ତଙ୍କୁ ରିମାଣ୍ଡରେ ପଠାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *