Pratidin TV

Odisha's Digital News Platform

ସଂସଦରେ ରେକର୍ଡ ଗୋଟିଏ ଦିନରେ ନିଲମ୍ବିତ ହେଲେ ୪୯ ସାଂସଦ…

1 min read

ସଂସଦରୁ ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ପୁଣି ୪୯ ଜଣ ଲୋକସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ସଂସଦରେ ହୋହଲ୍ଲା କରିଥିବା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଯାହାକି ଇତିହାସରେ ରେକର୍ଡ ବୋଲି କୁହାଯାଇଛି । ତେବେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିର ବିରୋଧକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସୋମବାର ଦିନ ମୋଟ ୭୮ ସାଂସଦ ଲୋକସଭାରୁ ୩୩ ଜଣ ଏବଂ ରାଜ୍ୟସଭାରୁ ୪୫ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ସେହିପରି ଆଜି ମଧ୍ୟ ୪୯ ସାଂସଦକୁ ନିଲମ୍ବିତ କରାଯାଇଛି । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଏଥିସହ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ତେବେ ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ନ୍ୟାସନାସ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା, କଂଗ୍ରେସର ଶଶୀ ଥରୁର, କାର୍ତ୍ତି ଚିଦାମ୍ବରମ, ଏନସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ପ୍ରମୁଖ ନିଲମ୍ବିତ ହୋଇଛନ୍ତି । ଲୋକସଭା ସାଂସଦ ଓମ ବିର୍ଲା ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *