Pratidin TV

Odisha's Digital News Platform

ବିଡି ଟାଣି ନ ପରି ରହିପାରିଲେନି……ଉଡ଼ନ୍ତା ବିମାନରେ ଟାଣିଲେ ଜେଲ ଗଲେ

1 min read

ବିଡି କିମ୍ବା ସିଗରେଟ ଟାଣିବା ହୋଇଗଲାଣି ସାଧରଣ କଥା | ଯାଉଣୁ ଆସୁନୁ ଯଉଠି ଦେଖା ସେଠି ଲୋକ ଟାଣୁଥିବେ | କିନ୍ତୁ ଜଣେ ବ୍ୟକ୍ତି ଟାଣି ଜେଲ ଯାଇଥିବାର ଖବର ସାମ୍ନାକୁ ଆସିଛି | ତେବେ ମୁମ୍ବାଇରେ ହୋଇଛି ଏହି ମାମଲା | ଜଣେ 4୨ ବର୍ଷୀୟ ବ୍ୟକ୍ତି ବିଡି ଟାଣିଥିବାରୁ ତାଙ୍କୁ ଗିରଫ କରାଯାଇଛି |

ତେବେ ସୂଚନା ଅନୁଯାୟୀ, ବିମାନରେ ଯାତ୍ରା କଲାବେଳେ ବିଡି ଟାଣି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି | 4୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନ ମହମ୍ମଦ ଅମ୍ମରୁଦ୍ଦିନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି | ସେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିଥିଲେ। ଯାତ୍ରା କରିବା ସମୟରେ ସେ ବିମାନରେ ଥିବା ଟଏଲେଟକୁ ଯାଇ ବିଡି ଟାଣୁଥିଲେ | ହେଲେ ବିଡ଼ିର ଧୂଆଁ ଏବଂ ଗନ୍ଧ ଯୋଗୁଁ କ୍ରୁ ସଦସ୍ୟମାନେ ଯାଞ୍ଚ କରିବା ଆରମ୍ଭ କରିଥିଲେ | ବ୍ୟକ୍ତି ଜଣଙ୍କୁ ବହୁତ ପ୍ରଶ କଲା ପରେ ସେ ନିଜ ମୁହଁରୁ ବିଡି ଟାଣୁଥିବାର ସ୍ୱୀକାର କରିଥିଲେ |

Advertisement

ଏହାପରେ ବିମାନ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରୁ ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତାଙ୍କୁ ଗିରଫ କରିଥିଲେ | ତେବେ ପୋଲିସ ମାମଲା ରୁଜୁ କରି ଆଇପିସିର ୩୬୬ ଓ ଏହାର କ୍ରାଫ୍ଟ ଆଇନର ବିଭିନ୍ନ ଦଫାରେ ମାମଲା ହୋଇଛି। ଗିରଫ ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି |

Leave a Reply

Your email address will not be published. Required fields are marked *