Pratidin TV

Odisha's Digital News Platform

ବିଚ୍ ରାସ୍ତାରେ ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହି ବସ୍ ‘ଚକାଡୋଳା’ ..

1 min read

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ବିଚ୍ ରାସ୍ତାରେ ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହି ବସ୍ ‘ଚକାଡୋଳା’ । ଘଟଣା ସ୍ଥଳରେ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ ଆଜି ସକାଳ ସମୟରେ ‘ଚକାଡୋଳା’ ବସ୍ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍। ତାହସ ବସ୍ ର ସ୍ପିଡ୍ ଯୋଗୁ ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା।

Advertisement

ଆଉ ଏହାର କିଛି ସମୟ ମଧ୍ୟରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ବସରେ ନିଆଁ ଲାଗିବା ଜାଣି ସେଥିରେ ଥିବା ୮୦ ରୁଉର୍ଦ୍ଧ୍ୱ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡିଥିଲେ । ଏହାପରେ ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଛି ସମୟ ପାଇଁ ସେହି ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିଥିଲା। ନିଆଁକୁ ଆୟତ୍ତ କରିବା ପରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *