Pratidin TV

Odisha's Digital News Platform

ପଞ୍ଜାବରେ ଭୟଙ୍କର ଦୁର୍ଘଟଣା,ଭାରସାମ୍ୟ ହରାଇ ଭିତରକୁ ଖସିଲା ଯାତ୍ରୀବାହୀ ବସ…


ପଞ୍ଜାବ: ଗଣେଶ ପୁଜାରେ ସାମ୍ନାକୁ ଆସିଲା ଦୁଖଃଦ ଖବର । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ବସ୍ । ଫଳରେ ୮ ଜଣ ଯାତ୍ରୀ ପ୍ରାଣ ହରାଇଥବା ବେଳେ ୧୦ ଉର୍ଦ୍ଧ ଆହାତ ହୋଇଥିବା ସୂଚନା । ପଞ୍ଜାବରେ ମୁକତର ସାହିବ ଘଟିଛି ଏପରି ମର୍ମନ୍ତୁତ ସଡକ ଦୁର୍ଘଟଣା ।


ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୧ଟା ସମୟରେ ଏକ ଘରୋଇ ବସ ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ସରହିନ୍ଦ କେନାଲକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ପାଖାପାଖି ଏହି ୬୫ରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ସେମାନଙ୍କୁ ମଧ୍ୟରୁ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବସର ଡ୍ରାଇଭର ଓ କଣ୍ଡକ୍ଟର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଅନ୍ୟପଟେ ବସର ଡ୍ରାଇଭରଙ୍କ କହିବା ଅନୁସାରେ ତା ଆଗରେ ଏକ କାରଟି ଯାଉଥିଲା । କିନ୍ତୁ ଗାଡିଟି ଦ୍ରତ ଗତିରେ ଥିବା ହେତୁ କାରରେ ପିଟ ନ ହେବା ପାଇଁ ବସ୍ ଡ୍ରାଇଭର ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ, ଯେଉଁଥିପାଇଁ ବସଟି ଭାରସାମ୍ୟ ହରାଇ କେନାଲରେ ପଡ଼ିଯାଇଥିଲା ।


ତେବେ ପୋଲିସ କହିଛି ଯେ କେନାଲରେ ଜଳ ପ୍ରବାହିତ ହେଉଥିବାରୁ କିଛି ଯାତ୍ରୀ ଭାସିଯାଇଥିବା ଆଶଙ୍କ କରାଯାଇଛି । ଆଉ ସେମାନଙ୍କୁ ଉଦ୍ଧାର କରାଯିବ ନେଇ ପ୍ରଚେଷ୍ଟା ଜାରୀ ରହିଛି ।ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *