Pratidin TV

Odisha's Digital News Platform

ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ, ୨୦ ଆହତ

ସଡକ ଦୁର୍ଘଟଣାରେ ୨୦ ଆହତ । ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି । ରଘୁନାଥ ନାମକ ବସ ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼କୁ ଓଲଟି ପଡିଥିଲା ।ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ‘ ଜୟ ରଘୁନାଥ’ ନାମକ ଘରୋଇ ବସ୍‌ କ୍ଷମତାଠୁ ଅଧିକ ଯାତ୍ରୀ ଧରି ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ ସମ୍ମୁଖରୁ ଦ୍ରୁତ ଗତିରେ ଏକ ବାଇକ୍‌ ଚାଲି ଆସିଥିଲା। ଉକ୍ତ ସମୟରେ ବସ୍‌ଟିର ବେଗ୍‌ ବି ଅଧିକ ଥିବା ବେଳେ ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରି ପାରି ନ ଥିଲେ। ଫଳରେ ଗାଡ଼ିଟି ବିଲରେ ପଶି ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି | ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି |

Leave a Reply

Your email address will not be published. Required fields are marked *