ଚଳନ୍ତା ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲିଦେଲେ ଯାତ୍ରୀ
1 min readନୂଆଦିଲ୍ଲୀ : ମଙ୍ଗଳବାର ଦିନ ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ । କିନ୍ତୁ ବିମାନ ଭିତରେ ଥିବା ଜଣେ ଯାତ୍ରୀଙ୍କ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସହଯାତ୍ରୀ ।କାରଣ ବିମାନ ଭିତରେ ଯାତ୍ରୀ ଜଣଙ୍କ ିଛି ଏଭଳି କାମ କଲେ ଯେ ବିମାନ ଥିବା ଅନ୍ୟ ସଦସ୍ୟମାନେ ଭୟଭୀତ ହୋଇ ଯାଇଥିଲେ । ରାତିରେ ବିମାନଟି ଯାତ୍ରା ଆରମ୍ଭ କରିଥିବା ବେଳେ ସେଥିରେ ଥିବା ଜଣେ ଯାତ୍ରୀ ନିଜ ସିଟରୁ ଉଠି ଆସି ବିମାନରେ ଥିବା ଜରୁରୀକାଳୀନ ଦ୍ୱାର କୁ ଖୋଲିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ସେ ଯାତ୍ରୀଙ୍କୁ ଅଟକ ରଖିଥିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦେଇଛି । ମାଣିକକନନ୍ଦନ ନାମକ ଜଣେ ବ୍ୟକ୍ତି ବିମାନରେ ଏଭଳି କାଣ୍ଡ ଘଟାଇଥିଲେ । ବିମାନଟି ଚେନ୍ନାଇରେ ଅବତରଣ କରିବା ପରେ ତାଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଛି ।
ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ସେ କେଉଁ କାରଣ ପାଇଁ ଏଭଳି କରିଥିଲେ ସେ ନେଇ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ । ମିଳିଥିବା ସୂଚନା ମୁତାବକ ବିମାନଟି ଲ୍ୟାଣ୍ଡ କରିବା ପରେ ବ୍ୟକ୍ତି ଜଣକ ସିଟରୁ ଉଠି ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାରକୁ ଖୋଲିବାକୁ ଉଦ୍ୟମ କରୁଥିଲେ । ଏନେଇ ବିମାନ କ୍ରୁ ଦେଖିବା ପରେ ତାଙ୍କୁ ଉଦ୍ଧାର କରି ଅଟକ ରଖିଥିଲେ ।