Pratidin TV

Odisha's Digital News Platform

ଦୀର୍ଘଦିନର ସ୍ୱପ୍ନ ହେଲା ପୁରଣ , ପାରାଦ୍ୱୀପ ରୁ କେନ୍ଦୁଝର ପାସେଞ୍ଜର ମେମୁ ଟ୍ରେନ ..

1 min read

ପୂରଣ ହେଲା କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ୱପ୍ନ । ବହୁ ଦିନର ପ୍ରତୀକ୍ଷା ପରେ ଜିଲ୍ଲାରେ ଗଡିଲା ପ୍ରଥମ ଯାତ୍ରୀବାହୀ ଟ୍ରେନ । ସବୁ ଅପେକ୍ଷା ଅନ୍ତ ଘଟିଲା ହରିଦାସପୁର-ପାରାଦ୍ୱୀପ ରେଳ ଲାଇନରେ ଗଡିଛି ମେମୁ ପ୍ୟାସେଞ୍ଜର ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ପାଞ୍ଚ ତାରିଖ ଦିନ ଚଣ୍ଡିଖୋଲ ଠାରେ ଏହି ନୂତନ ମେମୁ ଟ୍ରେନର ଶୁଭାରମ୍ଭ କରିଥିଲେ । ଭର୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହି ରେଳ ସେବାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।


ତେବେ ଆଜି ଠାରୁ ସ୍ୱାଭାବିକ ଭାବେ ଏହି ମେମୁ ପାସେଞ୍ଜର ଟ୍ରେନ୍ ପାରାଦୀପ ରୁ ଭୋର୍ ସାଢ଼େ ପାଞ୍ଚଟାରୁ ବାହାରି କେନ୍ଦ୍ରାପଡ଼ା ଦେଈ ପ୍ରତିଦିନ କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ କରିବ । ଅପରାହ୍ନ ସାଢ଼େ ଚାରିଟାରେ କେନ୍ଧୁଝରରୁ ବାହାରି ଏହି ଟ୍ରେନ୍ ପାରାଦ୍ୱୀପ ରେ ରାତି ୯ଟାରେ ପହଞ୍ଚିବ । ନୂଆ କରି ହରିଦାସପୁର- ପାରାଦ୍ୱୀପ ରେଳଲାଇନରେ ଯାତ୍ରୀବାହୀ ଟ୍ରେନ ଗଡ଼ିବା ପରେ କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ରେଳ ମାନଚିତ୍ରରେ ଯୋଡି ହୋଇଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଏଥିପାଇଁ ନାହିଁ ନଥିବା ଉତ୍ସାହ ଦେଖାଦେଇଛି । ଏହାଦ୍ୱାରା ଜିଲ୍ଲାରେ ଗମନାଗମନ ସହ ଅର୍ଥନୈତିକ ଅଭିବୃଦ୍ଧି ହେବାର ଆଶା ଉଜ୍ୱଳ ହୋଇଛି । ଏଥିସହ ବିଭିନ୍ନ ସ୍ଥାନକୁ ଯାତ୍ରୀ ପରିବହନ ସୁଗମ ହୋଇ ପାରିବ । ମେମୁ ଗଡ଼ିବା ଫଳରେ ଘଟଗାଁର ମା’ ତାରିଣୀ ପୀଠରୁ ବଳଦେବଜୀଉ ପୀଠକୁ ଯାତାୟାତ ସୁଗମ ହୋଇ ପାରିଛି ।

Leave a Reply

Your email address will not be published. Required fields are marked *