Pratidin TV

Odisha's Digital News Platform

ଧଉଳି ଏକ୍ସପ୍ରେସ୍‌ରୁ ବାହାରିଲା ଧୂଆଁ, ଅଗ୍ନିକାଣ୍ଡ ସନ୍ଦେହ ଭୟରେ ଟ୍ରେନ୍‌ରୁ ଓହ୍ଲାଇଲେ ଯାତ୍ରୀ

1 min read

ଧଉଳି ଏକ୍ସପ୍ରେସ ଡାଉନ ଟ୍ରେନରେ ଅଗ୍ନିକାଣ୍ଡ | ଯାତ୍ରୀ ଦେଖି ହେଲେ ଆତଙ୍କିତ | ଟ୍ରେନ ନମ୍ବର ୧୨୮୨୨ ଡାଉନ ପୁରୀରୁ ସାଲିମା ଯାଉଥିବା ଧଉଳି ଏକ୍ସପ୍ରେସ୍‌ ଟ୍ରେନର ୩ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ସମୟରେ ୩ଟି ବଗିରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଅଗ୍ନିକାଣ୍ଡ ହୋଇଥିବା ଭାବି ଲୋକ ଭୟବିତ ହୋଇ ଟ୍ରେନରୁ ବାହାରି ଆସିଥିଲେ |

ସୂଚନା ଅନୁଯାୟୀ, ଧଉଳି ଏକ୍ସପ୍ରେସ୍‌ ଟ୍ରେନ ନମ୍ବର ୧୨୮୨୨ ଡାଉନ ପୁରୀରୁ ସାଲିମା ଯାଉଥିବା ଟ୍ରେନରେ ପଛପଟୁ ଅର୍ଥାତ ଗାର୍ଡ ବଗି ପାଖରୁ ୩ଟି ବଗି ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା | ଗାର୍ଡ ବଗି ପାଖରେ ଥିବା ୨ଟି ଜେନେରାଲ ବଗିରେ ଧୂଆଁ ବାହାରୁଥିବା ବେଳେ ଟ୍ରେନରେ ରିଜର୍ଭେବେସନ ବଗିରେ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା | ତେବେ ବ୍ରେକ ବାଇଡୀଂ ଯୋଗୁଁ ଧୂଆଁ ବାହାରୁଥିବା କହିଛନ୍ତି ରେଳ କର୍ମଚାରୀ |

Advertisement

ତେବେ ଅଧିକ ଖରା ଯୋଗୁଁ ବ୍ରେକ ଲକ ହୋଇଯାଇଥାଏ | ଯାହାଫଳରେ ଲୁହା ସହ ଲୁହା ଘଷି ହେବାରୁ ଧୂଆଁରେ ବାହାରିଥାଏ | ତେବେ ଭଦ୍ରକ ରେଳବାଇ ପୋଲିସ ଜିଆରପି ଓ ଆରପିଏଫଙ୍କ ସହିତ ରେଳ କର୍ମଚାରୀଙ୍କ ସହଯୋଗରେ ନିଆଁ ଲିଭାଇବା ପରେ ୧ ଘଣ୍ଟା ଉର୍ଦ୍ଧ୍ବ ବିଳମ୍ବରେ ଭଦ୍ରକ ଷ୍ଟେସନରୁ ଛାଡିଥିଲା ଧଉଳି ଏକ୍ସପ୍ରେସ ଟ୍ରେନ |

Leave a Reply

Your email address will not be published. Required fields are marked *