Pratidin TV

Odisha's Digital News Platform

ଉଡାନ ଆଗରୁ ଜଳିବାକୁ ଲାଗିଲା ବିମାନ ଛାନିଆ ହେଲେ ଯାତ୍ରୀ

1 min read

ବିମାନରୁ ବାହାରିଲା ଧୂଆଁ | ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ | ଚେନ୍ନାଇ ଏୟାରପୋର୍ଟରେ ଟଳିଲା ବଡ ବିମାନ ଦୁର୍ଘଟଣା । ଦୁବାଇ ଯାଉଥିବା ବିମାନ ଉଡାଣ ଭରିବା ପୂର୍ବରୁ ଇଂଜିନରୁ ଧୂଆଁ ବାହାରିଥିଲା । ଧୂଆଁରେ ପୁରା ଏୟାରପୋର୍ଟ ଧୂଆଁମୟ ହୋଇଯାଇଥିବା ଦେଖାଯାଇଛି । ତେବେ ଚେନ୍ନାଇ-ଦୁବାଇ ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ପଛ ଇଞ୍ଜିନରୁ ଧୂଆଁ ବାହାରିଥିଲା । ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇଥିଲେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଚେନ୍ନାଇ-ଦୁବାଇ ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ପଛ ଭାଗରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ବିମାନ ଉଡାଣ ଭରିବାର କିଛି ଘଣ୍ଟା ଆଗରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଅନ୍ତରାଷ୍ଟ୍ରୀୟ ବିମାନ ଏମିରେଟ୍ସ ବିମାନ ମଙ୍ଗଳବାର ରାତି ୯ଟା ୫୦ ମିନିଟ ସମୟରେ ଦୁବାଇ ପାଇଁ ଉଡାଣ ଭରିବା ସ୍ଥିର ରହିଥିଲା । ଏହି ପୂର୍ବରୁ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ତେବେ ପ୍ରସ୍ତୁତି ସମୟରେ ହଠାତ୍ ଧୂଆଁ ବାହାରିବାକୁ ପ୍ରସ୍ତୁତ ହେଉଥିଲା ।

Advertisement

ଏହି ବିମାନରେ ୩୦୦ରୁ ଅଧିକ ଯାତ୍ରୀ ଯାତ୍ରା କରିଥାନ୍ତେ । ଧୂଆଁ ଲାଗିବା ପରେ ଦମକଳ ବାହିନୀ ନିଆଁ ଲିଭାଇ ଘଟଣାକୁ ଆୟତ୍ତ କରିଥିଲେ । ଏଥିରେ କେହି ଆହତ ନ ହୋଇଥିବା ଜଣାପଡିଛି | ବିମାନଟି ପାଖାପାଖି ୨ ଘଣ୍ଟା ବିଳମ୍ବରେ ଉଡିଥିଲା ।

Leave a Reply

Your email address will not be published. Required fields are marked *