Pratidin TV

Odisha's Digital News Platform

ବିବାଦ ଭିତରେ ରିଲିଜ୍ ହେଲା ପଠାନ୍ ; ପ୍ରଥମ ଦିନରେ ଭାଙ୍ଗିଲା କେଜିଏଫ୍ ଓ ୱାର ରେକର୍ଡ , କଲା ଏତିକି ଇନକମ୍ ..

1 min read

ମୁମ୍ବାଇ : ଅନେକ ବିବାଦ ଭିତରେ ରିଲିଜ୍ ହେଲା କିଙ୍ଗ୍‌ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ୍ । ରିଲିଜ୍ ଦିନ ମଧ୍ୟ ଅନେକ ବିବାଦର ସାମ୍ନା କରିଛି ଫିଲ୍ମ ପଠାନ୍ । ତେବେ ଏସବୁ ବାଦ୍ ପ୍ରଶଂସକଙ୍କୁ ହଲ୍ ଯିବାରୁ ରୋକିପାରିନାହନ୍ତି ପ୍ରତିଦ୍ୱନ୍ଦି । ପ୍ରଥମ ଦିନରେ ହିଁ କମାଲ କରିଛି ପଠାନ୍ । ପ୍ରଥମ ଦିନରେ ସର୍ବାଧିକ ଆୟକରିଥିବା ଭାରତୀୟ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କଲା । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗିଛି । ପ୍ରଥମ ଦିନରେ ୫୪ କୋଟି ଟଙ୍କାର ଆୟ କରି ଏହି ଦୁଇ ଫିଲ୍ମକୁ ପଛରେ ପକାଇଦେଇଛି ପଠାନ୍ ।

‘କେଜିଏଫ-୨’ ହିନ୍ଦି ଭର୍ସନରେ ପ୍ରଥମ ଦିନରେ ୫୩.୯୫ କୋଟି ଓ ୱାର ୫୩.୩୫ କୋଟି ଟଙ୍କା ଆୟ କରିଥିଲା । ସେହିପରି ‘ଠଗସ ଅଫ୍ ହିନ୍ଦୁସ୍ତାନ’ ପ୍ରଥମ ଦିନରେ ୫୨.୨୫ କୋଟି ଓ ‘ହ୍ୟାପି ନ୍ୟୁ ଇୟର’ ୪୪.୯୭ କୋଟି ଆୟ କରିଥିଲା । ଏବେ ‘ପଠାନ’ ପ୍ରଥମ ଦିନରେ ସର୍ବାଧିକ ଆୟ କରିବାରେ ଭାରତୀୟ ଫିଲ୍ମ ଭାବେ ଇତିହାସ ରଚିଛି ।

ଦୀର୍ଘ ୪ ବର୍ଷ ପରେ କିଙ୍ଗ୍ ଖାନଙ୍କ ଫିଲ୍ମ କୁ ନେଇ ଲକ୍ଷ ଲକ୍ଷ ପ୍ରଶଂସକ ଆଶାୟୀ ଥିବା ବେଳେ । ଅନେକ ଲୋକ ଏହାର ପ୍ରତିବାଦ କରି ରିଲିଜ୍ ପୂର୍ବରୁ ଶାହରୁଖ ଓ ଦୀପିକାଙ୍କ କୁଶପୁତଳା ଦାହ କରିଥିଲେ । ଏହା ସହ ଅନେକ ସ୍ଥାନରେ ନିଆଁ ଜାଳି ଦଙ୍ଗା କରିବା , ଫିଲ୍ମ ହଲ୍‌ରେ ଭଙ୍ଗାରୁଜା କରିବା ସହ ବୟକଟ୍‌ର ନାରା ମଧ୍ୟ ଦେଇଥିଲେ । ଅନେକ କଠିନ ପରିସ୍ଥିତିର ମୁକାବିଲା କରି ଶେଷରେ ଜାନୁଆରୀ ୨୫ ରେ ମୁକ୍ତିଲାଭ କରିଥିଲା ପଠାନ୍ ।

Leave a Reply

Your email address will not be published. Required fields are marked *