Pratidin TV

Odisha's Digital News Platform

ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ…

1 min read

ବଲାଙ୍ଗୀର : ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ । ମାଡ଼ ଖାଇଲେ ଏସ ଡ଼ି ଏମ ଓ ଦାୟିତ୍ୱରେ ଥିବା ଡାକ୍ତର ପି କେ ପାଲ । ସେପଟେ ମୃତକର ଶବ ବ୍ୟବଚ୍ଛେଦ କୁ ନେଇ ଡାକ୍ତର ମନା କରିବା ପରେ ଡାକ୍ତରଖାନାରେ ଉତ୍ତେଜନା । ଉଭୟ ପକ୍ଷରୁ ଥାନାରେ ମାମଲା ଦାଏର । ପୋଲିସ ର ତଦନ୍ତ ଆରମ୍ଭ । ଦୀର୍ଘ ୧୨ ଘଣ୍ଟା ଧରି ଶବ କୁ ଭୀଷଣ ତାତିରେ ବାହାରେ ରଖିବା ଯୋଗୁଁ ସହରରେ ତୀବ୍ର ଅସନ୍ତୋଷ ।ଶଵକୁ ନେଇ ଡାକ୍ତର ମାନଙ୍କ ମାନବିକତା କୁ ନେଇ ଉଠିଲା ପ୍ରଶ୍ନ….

ଡାକ୍ତରଖାନା ପରିସରର ଏକ ପରିତ୍ୟକ୍ତ ସ୍ଥାନରେ ପଡିଛି ଶବ । ଶବ ପାଖରେ ସ୍ତ୍ରୀ, ବଡ଼ ଭଉଣୀ ସହ ନାବାଳକ ପୁଅ । କାନ୍ଦ ବୋବାଳି ରେ ଫାଟି ପଡୁଛି ଡାକ୍ତରଖାନା । ଘଂଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୩ ଘଣ୍ଟା ଧରି ଶବ ଏମିତି ମୁକୁଳା ପଡିଛି । କାରଣ ଶବ ବ୍ୟବଛେଦ କରିବାକୁ ଡାକ୍ତର ମନା କରିବା ପରେ ଏମିତି ଦୃଶ୍ୟ ଆଜି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରଚଣ୍ଡ ଖରାରେ ୮ ବର୍ଷର ପୁଅ ସହ ସ୍ତ୍ରୀ ଏବଂ ସମ୍ପର୍କୀୟ ଶବ ପାଖରେ ବସି ରହିଛନ୍ତି । ଯିଏ ବି ଦେଖୁଛି ସିଏ ଘଡିଏ ଅଟକି ଯାଇ ଘଟଣାକୁ ତୀବ୍ର ନିନ୍ଦା କରୁଛି । କାରଣ ଶବକୁ ପୋଷ୍ଟ ମୋର୍ଟମ କରିବାକୁ ସଫା ସଫା ମନା କରିଦେଇଛନ୍ତି ଡାକ୍ତର । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ତରଫରୁ ଟିଟିଲାଗଡ଼ ଥାନାର ଦ୍ୱାରସ୍ତବି ହେବାକୁ ପଡିଛି । ଆଉ ପୋଲିସର ହସ୍ତକ୍ଷେପ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତର ସମ୍ମତି ଦେଇଛି ।

Advertisement

ଘଟଣାଟି ଏମିତି କି ଗତ ବିଳମ୍ବିତ ରାତ୍ରିରେ ଟିଟିଲାଗଡ଼ ନେହେରୁ ନଗରର ଯୁବ ବ୍ୟବସାୟୀ ରଥଯାତ୍ରା ଦେଖି ଘରକୁ ଫେରିଥିଲେ । ହେଲେ ହଠାତ ଅସୁସ୍ଥ ହୋଇ ପଡିବା ଯୋଗୁଁ ନାରାୟଣ ହୋତାଙ୍କୁ ପରିବାର ଲୋକେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଘଟିବା ଅଭିଯୋଗ ନେଇ ଡାକ୍ତର ପି କେ ପାଲଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାଡିଥିଲେ ସାଯାରଣ ଜନତା । ଚପଲରେ ମାଡ଼ ହେବା ପରେ ଡାକ୍ତର ଜଣକ ପୋଲିସକୁ ସୂଚନା ଦେଇଥିଲେ । ଡାକ୍ତରଖାନା ରେ ରହିଥିବା ସୁରକ୍ଷା କର୍ମୀ ବି ଚୁପ ବସିଥିଲେ । ଯାହାକୁ ନେଇ ଡାକ୍ତରଖାନା ରେ ଉତ୍ତେଜନା ଦେଖା ଦେଇଥିଲା ।ମପରେ ଡାକ୍ତରମାନେ ଶବକୁ ବ୍ୟବଚ୍ଛେଦ କରିବାକୁ ମନା କରିଦେବା ପରେ ଉତ୍ତେଜନା ଆହୁରି ବଢିଥିଲା । ଡାକ୍ତରମାନଙ୍କ ଦାବୀ ଯେ ଆକ୍ରମଣ କରିଥିବା ଲୋକଙ୍କୁ ପ୍ରଥମେ ଗିରଫ କରାଯାଉ । ସେପଟେ ଡାକ୍ତର ମାନଙ୍କ ଏକ ଟିମ ଟିଟିଲାଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ମୃତକଙ୍କ ପରିବାର ତରଫରୁ ମଧ୍ୟ ଡାକ୍ତରମାନଙ୍କ ବିରୋରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଯାହାକୁ ନେଇ କିଛି ସମୟ ଧରି ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା ।

ଶବକୁ ବଲାଙ୍ଗୀର ରେଫର କରିବାକୁ ଡାକ୍ତର କହିବାରୁ ମାମଲା ଆହୁରି ସଂଗୀନ ହୋଇ ପଡିଥିଲା । ଶେଷରେ ଟିଟିଲାଗଡ଼ ଏସ ଡ଼ି ପି ଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ତଥା ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇ ଟିଟିଲାଗଡ଼ରେ ଶବ ବ୍ୟବଚ୍ଛେଦ ପାଇଁ ସମ୍ମତି ଦେଇଥିଲେ ଡାକ୍ତର । ତେବେ ଚିକିତ୍ସାରେ କୌଣସି ତ୍ରୁଟି ନ ଥିଲା ବରଂ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନ ଆସିଥିବା କହିଛନ୍ତି ଡାକ୍ତର । ଘଟଣା ଯାହା ହେଉ ନା କାହିଁକି । ମୃତ ଶରୀରକୁ ବ୍ୟବଚ୍ଛେଦ ନ କରିବା ପାଇଁ କହିବା ଘଟଣା ଡାକ୍ତର ମାନଙ୍କ ମାନବିକତା ଉପରେ ପ୍ରଶ୍ନ ଉଠାଇଛି । ସେପଟେ ଡାକ୍ତରଙ୍କୁ ମାଡ଼ ମାରିଥିବା ବ୍ୟକ୍ତିକୁ ପୋଲିସ ଗିରଫ୍ କରିଥିବା ସୂଚନା ଦେଇଛି । ଅନେକ ସମୟରେ ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ଟିଟିଲାଗଡ଼କୁ ଆସିବାକୁ ମନା କରୁଛନ୍ତି ଡାକ୍ତର ।

Leave a Reply

Your email address will not be published. Required fields are marked *