ଆମ୍ବୁଲାନ୍ସରେ ଅକ୍ସିଜେନ ଅଭାବରୁ ଚାଲିଗଲା ରୋଗୀର ଜୀବନ !
1 min readଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀ ମୃତ୍ୟକୁ ନେଇ ଉତେଜନାଦେଖା ଦେଇଛି । ଗତକାଲି ରାତ୍ରୀ ୮ ଟା ସମୟରେ ଚାନ୍ଦବାଲି ଏନ ଏ ସି ମଝିଗାଁ ଚାନ୍ଦକୁଡା ଗାଁରେ ମାଳତୀ ମଲ୍ଲିକଙ୍କ ହୁଦଘାତ ଜନିତ ରୋଗ ପାଇଁ ଚାନ୍ଦବାଲି ମେଡିକାଲକୁ ୧୦୮ ଗାଡି ଯୋଗେ ଆସିଥିଲେ । କିନ୍ତୁ ହସ୍ପିଟାଲ ରେ ପହଞ୍ଚିବାପରେ ଡାକ୍ତର ମାଲତୀଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ପରିବାର ଲୋକେ ସେଠାରେ ଉତ୍ତେଜନା ପ୍ରକାଶ କରିବା ସହ ମେଡିକାଲ କର୍ମଚାରିଙ୍କୁ ମାଡ ମାରିଥିଲେ । କାରଣ ୧୦୮ ଗାଡିରେ ଆସୁଥିବା ସମୟରେ ରୋଗୀଙ୍କୁ ଅକ୍ସିଯନ ନ ଲଗାଇ ଥିବାରୁ ରୋଗୀଙ୍କର ମୃତ୍ୟୁ ହେଲା ବୋଲି ରୋଗୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହାସହ ୧୦୮ କର୍ମଚାରୀଙ୍କ ଦୋଷ ଦେଇ ମେଡିକାଲରେ ହୋ ହାଲ୍ଲା ସହ କର୍ମଚାରୀଙ୍କୁ ମାଡ ମାରିଥିଲେ ମୃତକଙ୍କ ପରିବାର । ଚାନ୍ଦବାଲି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ।